ନୂତନ ପୋଲ ନିକଟସ୍ଥ ଆପ୍ରୋଚ ରୋଡ ନିର୍ମାଣ ରେ ଫ୍ଲାଏ ଆସ ବ୍ୟବହାର କୁ ବିରୋଧ ,ଚାଷୀ ପାଇଁ ସତର୍କ ଘଣ୍ଟି ।
କେସିଙ୍ଗା ,୬/୧୦ :- ଜାତୀୟ ରାଜପଥ ୨୬ ର କଳାହାଣ୍ଡି ଜିଲ୍ଲା କେସିଙ୍ଗା ରୁ ଭବାନୀପାଟଣା କୁ ଯୋଡୁ ଥିବା ଯୋଲକୋ ନିକଟସ୍ଥ ରେତ ନଦୀ ଉପରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଜୋର୍ ସୋର ରେ ଚାଲୁଅଛି । ନିର୍ମାଣାଧୀନ ଦ୍ୱିତୀୟ ପୋଲ କାମ ଇତି ମଧ୍ୟରେ ୭୫ ପ୍ରତିଶତ ସରି ଯାଇଥିବା ବେଳେ ମଧ୍ୟ ବ୍ରିଜ୍ ର ଉଭୟ ପଟ ରାସ୍ତା କୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ କାମ ଚାଲୁ ରହିଛି । ଆପ୍ରୋଚ୍ ରୋଡ କାମ ଆରମ୍ଭ ହେବା ଦିନଠାରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ଏହି ଆପ୍ରୋଚ ରୋଡ ନିର୍ମାଣ ରେ ବ୍ୟବହାର ହେଉଥିବା ପ୍ଲାଏ ଆସ କୁ ଅସନ୍ତୋଷ ଦେଖାଦେଇଛି । ଫ୍ଲାଏ ଆସ ହେଉଛି ଏକ ବିଷାକ୍ତ ପଦାର୍ଥ , ବୈଜ୍ଞାନିକ ଦୃଷ୍ଟିକୋଣରୁ ଫାଏ ଆସ ରେ ସୀସା,ପାରଦ ସର୍ସେନିକ ଭଳି ଧାତୁ ମିସି ରହିଥାଏ । ଯେଉଁ ଗୁଣ୍ଡ ମନୁଷ୍ୟର ଫୁସ ଫୁସ୍ ପାଇଁ କ୍ଷତିକାରକ ହେବା ସହିତ ତାହା ପାଣି ରେ ମିଶିଲେ ମାଟି ସହିତ ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ସେପଟେ ଅଞ୍ଚଳର ବୁଦ୍ଧିଜିବୀ ଙ୍କ କହିବା ଅନୁସାରେ ରେତ ନଦୀ ରେ ବ୍ରିଜ ପାଇଁ ସଂପୃକ୍ତ ଠିକା ସଂସ୍ଥା ଯେତେ ପରିମାଣ ର ଫ୍ଲାଏଆସ ବ୍ୟବହାର କରି ଆଡ଼ିବନ୍ଧ ନିର୍ମାଣ କରୁଛି, ଯଦି କେବେ ଆଡ଼ି ବନ୍ଧ ଭାଙ୍ଗି ଯିବ ତାହା ହେଲେ କେସିଙ୍ଗା ଠାରୁ ଅମାଠ ପର୍ଯ୍ୟନ୍ତ ହଜାର ହଜାର ହେକ୍ଟର ଚାଷ ଜମି ରେ ଫ୍ଲାଏଆସ ଭର୍ତ୍ତି ହୋଇ ଚାଷ ଜମି ସବୁ କେମିକାଲ ହେବା ସହିତ ରେତ ନଦୀ ଆଗକୁ ତେଲ ନଦୀ ରେ ମିଶି ଜଳ ମଧ୍ୟ ବିଷାକ୍ତ ହେବ ।ଯାହାକୁ ନେଇ ଅଞ୍ଚଳ ବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତା ବ୍ୟକ୍ତ କରିଛନ୍ତି ।ତେଣୁ ନଦୀ କୁଳଠୁ ପ୍ରାୟ ୧୦୦ ମିଟର ଆପ୍ରୋଚ ରାସ୍ତାକୁ ମାଟି ଫିଲିଙ୍ଗ କରି ବାକି ବଳକା ରାସ୍ତା କୁ ଫ୍ଲାଏ ଆସ ପକାଇବା ପାଇଁ ଜୋରଦାର ଦାବୀ ହେଉଛି। ଅନ୍ୟପଟେ ରବିବାର ଦିନ ଉକ୍ତ ଫ୍ଲାଏଆସ ବିଷୟରେ ଜାତୀୟ ରାଜପଥ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ମହାଲିକ ଙ୍କୁ କେସିଙ୍ଗା ର କିଛି ବରିଷ୍ଠ ସାମ୍ବାଦିକ ଉକ୍ତ ବିଷୟରେ ପ୍ରତିକ୍ରିୟା ନେବାପାଇଁ ଫୋନ କରିଥିଲା ବେଳେ , ପ୍ରଥମେ ଫୋନ ଉଠାଇ ନ ଥିଲେ ଓ ପରବର୍ତ୍ତୀ ସମୟରେ ଫୋନ ଉଠାଇ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିବା ସହିତ ସାମ୍ୱାଦିକ ପ୍ରତି ଅସଭ୍ୟ ଭାଷାର ବ୍ୟବହାର କରିଥିଲେ ।ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ସଙ୍ଗେ ସଙ୍ଗେ କେସିଙ୍ଗା ଥାନାରେ ଉକ୍ତ ଅଧିକାରୀ ଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଅଧିକାରୀ ମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଆଖି ବନ୍ଦ କରି ଠିକାଦାର ଙ୍କ ହାତ ଖୋଲି ମନ୍ ଇଚ୍ଛା କାମ କରିବା ପାଇଁ କହୁଥିବା ଭଳି ମନେ ହେଉଛି।ଏନ୍ ଜି ଟି ର ଖୁଲମଖୁଲା ଉଲଂଘନ କରିବା ସହ ପ୍ରଶ୍ନ ପଚାରିଲେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନାଲି ଆଖି ଦେଖାଇବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆପ୍ରୋଚ ରୋଡ ନିର୍ମାଣ କାମରେ ଫ୍ଲାଏଆସ ବ୍ୟବହାର ବନ୍ଦ ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଅଞ୍ଚଳର ଯୁବ ସଂଗଠକ ତଥା ସଚେତନ ନାଗରିକ ସୁରେଶ ରାଓ ଚେତାବନୀ ଦେଇଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)