ବିଜେପି ର ସେବା ସଂକଳ୍ପ ସମାବେଶ ,ଯୋଗ ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଓ ରାଜ୍ୟ ଉପସଭାନେତ୍ରୀ ସିପ୍ରା
ବାଲେଶ୍ଵର :୬/୧୦ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସେବା ସଂକଳ୍ପ ସମାବେଶ ଆୟୋଜନ ହେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ବାଲେଶ୍ଵର ଜିଲ୍ଲା ବସ୍ତାର ବାହାର୍ଦ୍ଦା ଡାକବଙ୍ଗଳା ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଓ ରାଜ୍ୟ ଉପସଭାନେତ୍ରୀ ସିପ୍ରା ବାଜପେୟୀ ବୃକ୍ଷ ରୋପଣ କରିବା ସହିତ ବିଜେପି ନୀତି ଏବଂ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ମନ୍ତ୍ରୀ ମୋଦି ତାଙ୍କ ଜନ୍ମ ଦିନକୁ ଜନସାଧାରଣଙ୍କ ସେବା ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିହିତ କରିବା ତଥା ସତେଚନତା ସକାଶେ ପରାମର୍ଶ ଦେଇଥିବା କହିଥିଲେ।ମୋଦିଙ୍କ ଶାସନ କାଳରେ ରାଜ୍ୟକୁ ରେଳବାଇ କ୍ଷେତ୍ରରେ ପର୍ଯ୍ୟାପ୍ତ ଅନୁଦାନ ଦିଆଯିବା କ୍ଷେତ୍ରରେ ଇତିହାସ ରଚିଥିବା ବେଳେ ଖଣି ଆଇନ ସଂଶୋଧନ କରି ରାଜସ୍ବ ଆୟ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଇଥିବା ସମେତ ବିଭିନ୍ନ ଯୋଜନାର ସଫଳତା ବିଷୟରେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବସ୍ତା ବ୍ଲକ ଅଧକ୍ଷା ଅଞ୍ଜଳୀ ଦାସ, ବାଲେଶ୍ୱର ସଦର ବ୍ଲକ ଅଧକ୍ଷା ସୁନିତା ବେହେରା, ପୂର୍ବତନ ଜିଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ, ପ୍ରାକ୍ତନ ସାଂସଦଙ୍କ ବ୍ଲକ ପ୍ରତିନିଧି ବ୍ରଜମୋହନ ମିଶ୍ର, ସୁବଳ ଦାସ, ପ୍ରଦୀପ ବିଶ୍ୱାଳ,ନିଶାକର ସେଠୀ, ଅଜୟ ସାମଲ, ବେଣୁଧର ଜେନା, କମଳ ଲୋଚନ ଜେନା,ରବୀନ୍ଦ୍ର ଦତ୍ତ,ରାଧାଶ୍ୟ।ମ ମହାପାତ୍ର,ତପନ ପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ।ବିଜେପି ନେତା ଶିବାନନ୍ଦ ଦାସଙ୍କ ଆବାହକତ୍ୱରେ ଓ ସ୍ଥାନୀୟ ସଭାପତି ଅଜୟ ଜେନାଙ୍କ ଅଧକ୍ଷତାରେ ଧୀରେନ କୁମାର ସେଠୀ ସଭା ପରିଚାଳନା କରିଥିବା ବେଳେ ପ୍ରକାଶ କୁଣ୍ଡୁ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଦିଲ୍ଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ଵର ରୁ ଜିଲ୍ଲା ପ୍ରତିନିଧୀ ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ ସତ୍ୟର ସ୍ୱର ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)