ମାରପିଟ୍ ଘଟଣାରେ ଦୁଇ ବର୍ଷ ଜେଲ୍

Sep 18, 2026 - 14:17
0 19
ମାରପିଟ୍ ଘଟଣାରେ ଦୁଇ ବର୍ଷ ଜେଲ୍

ବାଲେଶ୍ବର , ବସ୍ତା -୧୮/୦୯/୨୬ : ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣା ରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି. ସୂଚନା ଅନୁସାରେ ଗତ 2012 ମସିହା ରେ ସିଂଲା ଥାନା ଚମ୍ପଲ୍ହା ର କାଞ୍ଚନ ଦାସ ଓ ତାଙ୍କ ପରିବାର ଉପରେ ମାରପିଟ ହୋଇଥିବା ସିଂଲା ଥାନା ରେ ଅଭିଯୋଗ କରିଥିଲେ.ସିଂଲା ପୋଲିସ କେଶ ନମ୍ବର - 44/12 ଓ ସି ଟି କେଶ ନମ୍ବର - 645/12 ମୂଳେ ତଦନ୍ତ କରି ମାମଲା ରୁଜୁ କରିଥିଲେ.ତେବେ 15 ବର୍ଷ ବ୍ୟବଧାନ ପରେ ମାନ୍ୟବର ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୁନିତା ମିଶ୍ର ଆଜି ତାଙ୍କର ରାୟ ଶୁଣାଇଛନ୍ତି.ବିଚାରପତି ମହୋଦୟା IPC ଧାରା 323 ମୂଳେ ଉଭୟଙ୍କୁ ଏକବର୍ଷ ଲେଖାଏଁ ଜେଲ ସହିତ ଏକ ହଜାର ଲେଖାଏଁ ଟଙ୍କା ଜୋରିମାନା ଏବଂ ଧାରା 448 ମୂଳେ ଉଭୟ ଙ୍କୁ ଏକବର୍ଷ ଲେଖାଏଁ ଜେଲ ସହିତ ଏକ ହଜାର ଲେଖାଏଁ ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି.ଫଳରେ ଉଭୟଙ୍କୁ ଦୁଇ ବର୍ଷ ର ଜେଲ ଦଣ୍ଡ ହୋଇଛି.ତତ ସହିତ ଜୋରିମାନା ଆଦାୟ ନ ହେଲେ ଆଉ ଏକ ମାସ ଜେଲ ଦଣ୍ଡ ବଢିବ.କେଶ କୁ ସରକାରି କ୍ୟାଡର୍ ଏ ପି ପି ଅସିତ ରଞ୍ଜନ ନାୟକ, ସରକାରୀ ଓକିଲ ପରେଶ ବେହେରା, ତାପସ କୁମାର ପ୍ରଧାନ, ରାଧାଗୋବିନ୍ଦ ବେହେରା ପରିଚାଳନା କରିଥିବା ବେଳେ କେଶ କୁ ବାଲେଶ୍ୱର ଜିଲ୍ଲା ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ପ୍ରସିକ୍ୟୁଉସନ ମିସ ରାଣୀ ସସ୍ମିତା ଙ୍କ ଦ୍ୱାରା ତଦାରଖ କରାଯାଇଥିଲା । ବାଲେଶ୍ୱର ରୁ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ SATYARASWARA

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User