ଗୋ ମାଂସ ଜବତ୍,ସ୍ୱାମୀ ସ୍ତ୍ରୀ ଅଟକ
ବାଲେଶ୍ୱର : ୦୭/୧୦/୨୦୨୬ :- ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବସ୍ତା - ବାଲିଆପାଳ ରାସ୍ତାର ପୁଟୁରା ଛକ ନିକଟରୁ ପାଖାପାଖି ୧ କୁଇଣ୍ଟାଲ ଗୋମାଂସ ଜବଦ , ସ୍ବାମୀ ସ୍ତ୍ରୀ ଅଟକ, ବସ୍ତା ଅଞ୍ଚଳରୁ ଏକ ବ୍ୟାଗରେ ଗୋ ମାଂସ ଭର୍ତ୍ତି କରି ବାଇକ ଯୋଗେ ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଖବର ପାଇ ବଜରଙ୍ଗ ଦଳ ଓ ଏସ୍ ପି ସିଏ ସେମାନଙ୍କୁ ଅଟକାଇ ସିଂଲା ପୋଲିସ କୁ ଖବର ଦେଇଥିଲେ, ପୋଲିସ ଗୋମାଂସ ଭର୍ଭି ବ୍ୟାଗ ଜବଦ କରିବା ସହିତ ସ୍ବାମୀ ସ୍ତ୍ରୀ ଉଭୟଙ୍କୁ କଟକ ରଖି ପଚରାଉଚରା କରୁଛି.ତେବେ ଉକ୍ତ ଗୋମାଂସ ସ୍ଥାନୀୟ ବାଲିଆପାଳ ଅଂଚଳ ର ମାଂସ ଦୋକାନ, ହୋଟେଲ କୁ ଦିଆଯାଉଥିବା ଅଭିଯୁକ୍ତ କହିଥିବା କହିଛନ୍ତି ଵଜରଙ୍ଗ ଦଳ ର କର୍ମୀ ମାନେ.ଗିରଫ ଯୁବକ ହେଲେ ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମ ର ଶେଖ ଫରିଦ ଓ ତାଙ୍କ ସ୍ତ୍ରୀ କୁହିନୁର ବିବି ବୋଲି ଜଣାପଡିଛି.ସିଂଲା ପୋଲିସ 327/26 ମୂଳେ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛି.ବଜରଙ୍ଗ ଦଳ ଓ ଏସ୍ ପି ସିଏ ପକ୍ଷରୁ ଶୁଭଙ୍କର ଦାସ, ରାକେଶ କୁମାର ପାତ୍ର,ମାନଗୋବିନ୍ଦ ପଟାୟତ, ସମ୍ବିତ ରାଉଳ, ନିଗମ ରାଉଳ, ନଗେନ ମଣ୍ଡଳ, ସପନ କୁମାର ଜେନା, ଆନନ୍ଦ ପାତ୍ର, ଚିନ୍ମୟ ନାୟକ, ମିହିର କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଗୋମାଂସ ଚାଲାଣ କାରି ଙ୍କୁ ଧରିଥିଲେ । ବାଲେଶ୍ୱର ରୁ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ୍ l
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)