ବ୍ଲକ୍ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ

Oct 17, 2026 - 14:02
0 79
ବ୍ଲକ୍ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ

ବାଲେଶ୍ଵର: ଜୟନ୍ତ କୁମାର ବେହେରା ୧୬/ ୧୦:- (ସତ୍ୟ ର ସ୍ୱର ) ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ କୋଠିଆ ରାଇମଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି,ଏହି ଉଦ୍ଘାଟନୀ ଉତ୍ସବରେ ବସ୍ତା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ବର ଜେନା ସଭାପତିତ୍ବ କରିଥିବାବେଳେ ମୁଖ୍ଯ ଅତିଥି ଭାବରେ ବସ୍ତା ବିଧାୟିକା ସୁବାସିନୀ ଜେନା ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନଙ୍କ ର ଲୁକାୟିତ ପ୍ରତିଭାର ପରିପ୍ରକାଶ ହେବାର ଉତ୍ତମ ମାଧ୍ଯମ ହେଉଛି ଏହି ସୁରଭି କାର୍ଯ୍ୟକ୍ରମ ର ମୂଳ ଉଦ୍ଯେଶ ବୋଲି କହିଥିଲେ ,ମୁଖ୍ଯ ବକ୍ତା ଭାବେ ବସ୍ତା ବ୍ଲକ ପଞ୍ଚାୟତ ଅଧକ୍ଷା ଅନଞ୍ଜଳି ଦାସ ଉପସ୍ଥିତ ହୋଇ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ,ସମ୍ମାନିତ ଅତିଥି ଭାବରେ ମୁକୁଳିସି ସରପଞ୍ଚ ଅମିତ କୁମାର ବିଶ୍ବାଳ ,ଏମ ପି ପ୍ରତିନିଧୀ ପ୍ରଦୀପ୍ତ କୁମାର ପଣ୍ଡା, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୋନାଲୀ ଜେନା,ସ୍କୁଲ ପରିଚାଳନା କମିଟିର ଚେୟାରମ୍ୟାନ ନବ କୁମାର ପ୍ରଧାନ, ବସ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ଦାସ, ରୁହୟା ଟୁଡୁ,ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ବାସନ୍ତି ପୃଷ୍ଟି, ସିଆରସିସି ସୁଦିପ୍ କୁମାର ପ୍ରଧାନ, ବ୍ଲକ ବିଜ୍ଞାନ ସଂଯୋଜକ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ,ସେହିପରି ଉଦଯାପନୀ ଉତ୍ସବରେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୋନାଲୀ ଜେନା ସଭାପତିତ୍ବ କରିଥିବାବେଳେ ମୁଖ୍ଯ ଅତିଥି ଭାବରେ ବସ୍ତା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ବର ଜେନା ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନଙ୍କ ର ଭବିଷ୍ୟତ ଗଠନ ହେବାରେ ସୁରଭି କାର୍ଯ୍ୟକ୍ରମ ସହାଏ ହୁଏ ବୋଲି କହିଥିଲେ,ମୁଖ୍ଯ ବକ୍ତା ଭାବେ ମୁକୁଳିସି ପଞ୍ଚାୟତ ସରପଞ୍ଚ ଅମିତ କୁମାର ବିଶ୍ବାଳ ଉପସ୍ଥିତ ହୋଇ ବକ୍ତବ୍ଯ ପ୍ରଦାନ କରିଥିଲେ ,ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ଦାସ, ରୁହିୟା ଟୁଡୁ ଉପସ୍ଥିତ ହୋଇ ବକ୍ତବ୍ଯ ପ୍ରଦାନ କରିଥିଲେ,ମୋଟ ୨୧୬ ଟି ସ୍କୁଲର ଛାତ୍ର ଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ,ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା,ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀମାନେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗନେଇପାରିବ ବୋଲି ଶିକ୍ଷାଧିକାରୀ ଯଜ୍ଞେଶ୍ବର ଜେନା କହିଛନ୍ତି ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User