ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ପାଇଁ କୋକସରା ରୁ ୪ ମନୋନୀତ
କଳାହାଣ୍ଡି , ୨୪/୦୯/୨୬:- ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ଛତିଆ ଏମ୍ ଏଚ୍ ହାଇୟର ସେକେଣ୍ଡାରୀ ସ୍କୁଲ ରେ ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଆୟୋଜିତ ହେବ ।ଏଥି ନିମନ୍ତେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ୪ ଜଣ ଛାତ୍ର ମନୋନୀତ ହୋଇଛନ୍ତି ।କୋକସରା ବ୍ଲକ ର ଜବାହାର ଉଚ୍ଚ ବିଦ୍ୟାଳୟ ର ଗୁପ୍ତେଶ୍ୱର ଛତ୍ରିଆ ,ସୌରଭ ଦୁର୍ଗା ,ସୁବ୍ରତ ପ୍ରଧାନୀ ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋଙ୍ଗରିଗୁଡ଼ା ର ହିମାଳୟ କୈବର୍ତ୍ତ ମନୋନୀତ ହୋଇଛନ୍ତି। ଏହି ଚାରି ଜଣ ଛାତ୍ର ମାନେ ଗୁରୁବାର ଜିଲ୍ଲା ଟିମ୍ ମ୍ୟାନେଜର ଅଜୟ ସରାଫ୍ ଓ କୋଚ୍ ଭବାନୀ ଶଙ୍କର ଶବର ଙ୍କ ନିକଟରେ ରିପୋର୍ଟିଙ୍ଗ କରିବା ପାଇଁ କୁହାଯାଇଛି ।କୋକସରା ବ୍ଲକ ରୁ ଚାରି ଜଣ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାରୁ ଅଞ୍ଚଳ ବାସୀ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)