ଏସ ଆଇ ଆର୍ ପରେ ବାଦ୍ ପଡ଼ିଲେ ୧୩୮୬ ଭୋଟର
କେସିଙ୍ଗା,୨୩/୯/୨୬ : ସ୍ଵତନ୍ତ୍ର ସଘନ କାର୍ଯ୍ୟକ୍ରମ ( ଏସ ଆଇ ଆର)୨୦୨୬ ଭୋଟର ସଂଶୋଧନ ପ୍ରକ୍ରିୟା ଇତି ମଧ୍ୟରେ ଶେଷ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ସୋମବାର ଦିନ ଜିଲ୍ଲା ସ୍ତରରେ ପ୍ରକାଶ ପାଇଛି।କଳାହାଣ୍ଡି ଜିଲ୍ଲାରୁ ସର୍ବମୋଟ ୬୮ ହଜାର ୬୭୫ ଭୋଟର ବାଦ ପଡ଼ିଥିବା ବେଳେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୨ ଗୋଟି ୱାର୍ଡ ରୁ ସର୍ବମୋଟ ୧୩୮୬ ଜଣ ଭୋଟର ବାଦ୍ ପଡ଼ିଛନ୍ତି ।ସର୍ବାଧିକ ଭୋଟର ୱାର୍ଡ ନଂ ୩ ରୁ ବାଦ ପଡ଼ିଥିବା କେସିଙ୍ଗା ଏନ୍ଏସି ରେ ଏସି ଆଇ ଆର ରେ କାର୍ଯ୍ୟରତ ଅଧିକାରୀ ପ୍ରକାଶ କରିଛନ୍ତି।ଏସ ଆଇ ଆର ଆଗରୁ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସମୁଦାୟ ୧୪୮୬୮ ଜଣ ଭୋଟର ଥିବା ବେଳେ ସ୍ଵତନ୍ତ୍ର ସଘନ ପରେ ତାହା ୧୩୪୮୨ ଜଣ ଭୋଟର ରହିଥିବା ସୂଚନା ଦେଇଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)