ଗାନ୍ଧୀ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଗାନ୍ଧୀ ଜୟନ୍ତୀ ରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ଗଣ ଧାରଣା

Oct 03, 2026 - 09:05
0 13
ଗାନ୍ଧୀ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଗାନ୍ଧୀ ଜୟନ୍ତୀ ରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ଗଣ ଧାରଣା

ବାଲେଶ୍ୱର: ୦୩/୧୦/୨୬ :- ପବିତ୍ର ଗାନ୍ଧୀଜୟନ୍ତୀରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ମଦ ବେପାର ବନ୍ଦ କରିବାକୁ ଦାବି କରି ଗଣଧାରଣା ଦେଲେ ମହିଳା ସଂଗଠନ।ସୂଚନା ଅନୁସାରେ ରାଜ୍ୟ ରେ ମଦ ବେପାର ଧୀରେ ଧୀରେ ବୃଦ୍ଧି ପାଇ ଚାଲିଥିବା ବେଳେ, ଏଥିରେ ମହିଳା ମାନେ ଅଧିକ ନିର୍ଯ୍ୟାତିତ,ଲୁଣ୍ଠିତ ହୋଇ ଆସୁଛନ୍ତି, ସମାଜ ରେ ଚୋରି,ଡକାୟତି ବଢୁଛି, ପରିବାର ମଧ୍ୟରେ କାହାରି ମଧ୍ୟରେ ସମ୍ପର୍କ ରହୁନାହିଁ।ଫଳରେ ଅରାଜକତା ବଢିବଢି ଚାଲି ଥିବା ବେଳେ ଆଜି ଜନନୀ ପରିବାର ପକ୍ଷରୁ ମହିଳା ମାନେ ଧାରଣା ରେ ବସି ସମସ୍ତ ରାଜନୈତିକ ଦଳକୁ ଏକ ହୋଇ ମଦ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ।ଆଇନଜୀବୀ ଜ୍ୟୋତ୍ସ୍ନା ମହାନ୍ତି ଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଫ୍ଲାଗକାର୍ଡ ଧରି ଅଂଚଳ ରେ ମଦ ବନ୍ଦ କରିବାକୁ ନାରାବାଜି କରିଥିଲେ। ବସ୍ତା ଅଞ୍ଚଳରେ ଦେଶୀ ମଦର ବନ୍ୟା ଲାଗିରହିଥିବାରୁ ବାରମ୍ବାର ସେମାନେ ପ୍ରଶାସନ ନିକଟରେ ଦାବି ଉପସ୍ଥାପନା କରିବା ସହିତ ବହୁ ମଦ ଜବତ କରି ବେପାରୀ ସହ ମଦ ପ୍ରଶାସନକୁ ହସ୍ତାନ୍ତର କରିଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ତେବେ ଆମର ଜାତିର ପିତା ମହାତ୍ମା ଗାନ୍ଧୀ ନିଶାକୁ ବିରୋଧ କରିଥିବା ବେଳେ ଆଜି ତାଙ୍କର ଜନ୍ମ ଜୟନ୍ତୀରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମହିଳା ମାନେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମ ରେ ଜନନୀ ପରିବାରର ସଭାପତି ଜ୍ୟୋତ୍ସ୍ନା ମହାନ୍ତିଙ୍କ ସହ ସୁଭଦ୍ରା ରାଉତ,ଲଷ୍ମୀ ବେହେରା,ସ୍ନେହଲତା ରାଉତ,ମମତା ଦଳାଇ, ସୁମତି ଘଡ଼ାଇ,ଝିଲ୍ଲୀ ବଢ଼ାଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ବାଲେଶ୍ଵର ରୁ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ୍ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User