ପତଞ୍ଜଳି ଯୋଗ କେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବସ୍ତା ,୨୮/୧୦/୨୬: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଂଲା ପଞ୍ଚାୟତ ଅନ୍ତର୍ଗତ ସିଂଲା ପତଞ୍ଜଳି ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି,ଏଥିରେ ବସ୍ତା ବ୍ଲକ ର ତହସିଲ ପ୍ରଭାରୀ ଅନ୍ତର୍ଯ୍ୟାମୀ ସାମନ୍ତରାଏ ସଭାପତିତ୍ବ କରିଥିବାବେଳେ ମୁଖ୍ଯ ଅତିଥି ଭାବରେ ପତଞ୍ଜଳି ଯୋଗ ସମିତି ରାଜ୍ୟ ସହ ପ୍ରଭାରୀ ସୁନୀଲ ଶର୍ମା ଯୋଗଦେଇ ଯୋଗ ମନୁଷ୍ଯ କୁ ନିରୋଗ ରଖିବା ସହିତ ସୁସ୍ଥ ସମାଜ ଗଠନ ରେ ସହାୟକ ହୁଏ, ତେଣୁ ମନୁଷ୍ଯ କୁ ପ୍ରତ୍ୟେକ ଦିନ ୨ ଥର ଯୋଗ ଅଭ୍ୟାସ କରିବା ନିତ୍ୟାନ୍ତ ଆବଶ୍ୟକ ,ଯୋଗ ବିନା ରୋଗ ର ବିନାଶ ନାହିଁ ବୋଲି ସମସ୍ତଙ୍କୁ ବକ୍ତବ୍ଯ ମାଧ୍ୟମରେ ବୁଝାଇ ଥିଲେ,ମୁଖ୍ଯ ବକ୍ତା ଭାବେ ବାଲେଶ୍ବର ପତଞ୍ଜଳି ର ଭାରତ ସ୍ବାଭିମାନ ପ୍ରଭାରୀ କରୁଣାକର ଶିଅଳ ଉପସ୍ଥିତ ହୋଇ ଯୋଗ ସମ୍ପର୍କ ରେ ବକ୍ତବ୍ଯ ପ୍ରଦାନ କରିଥିଲେ ସମ୍ମାନିତ ଅତିଥି ଭାବେ ପତଞ୍ଜଳି ଯୋଗ ସମିତି ପ୍ରଭାରୀ ମନୋଜ କୁମାର ଦେ,ପତଞ୍ଜଳି ମହିଳା ପ୍ରଭାରୀ ଯଶୋମତୀ ଶିଅଳ,ସୋସିଆଲ ମିଡିଆ ପ୍ରଭାରୀ ଗୋପ ଗୋବିନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ,ଏଥିରେ ଉକ୍ତ ଯୋଗକେନ୍ଦ୍ରର ସମ୍ପାଦକ ବସନ୍ତ ଦାଶ, ସହ ସମ୍ପାଦକ ଅଶୋକ ଦାଶ, ପ୍ରଶାନ୍ତ କୁମାର ସାହୁ,ତପନ ଦାଶ, ସଞ୍ଜିବ ସାହୁ,ଗୌତମ ପ୍ରଧାନ, ଅମୂଲ୍ଯ ସାହୁ,କବିତା ସାହୁ,କାକଳି ସାମନ୍ତରାଏ, ଭାରତୀ ସାହୁ,କୁଞ୍ଜଲତା ମହାନ୍ତି, ଦିପ୍ତି ରାଣୀ ଦାଶ ପ୍ରମୁଖ ସହଯୋଗ କରିଥିଲେ । ବସ୍ତା ରୁ ଜୟନ୍ କୁମାର ବେହେରା ଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)