ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା କଳାହାଣ୍ଡି ର ବୀର ବାଦ୍ୟ ଘୁମୁରା
କେସିଙ୍ଗା -୧୮/୦୯/୨୬: କଳାହାଣ୍ଡି ର ଲୋକ ନୃତ୍ୟ ଘୁମୁରା ଆଜି ସାରା ଭାରତ ବର୍ଷରେ ପରିଚିତ | ପଶ୍ଚିମ ଓଡିଶା କୃଷି ଭିତ୍ତିକ ମହାନ୍ ଗଣପର୍ବ "ନୂଆଁଖାଇ " ଅବସର ରେ କଳାହାଣ୍ଡି ର ପ୍ରସିଦ୍ଧ ଘୁମୁରା ର ତାଳେ ତାଳେ ନୂଆଦିଲ୍ଲୀ | ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରିଛନ୍ତି। ଏହି ପବିତ୍ର ଅବସରରେ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ପରମ୍ପରା ଓ ସଂସ୍କୃତି ରାଷ୍ଟ୍ରପତି ଭବନରେ ପ୍ରତିଫଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନୃତ୍ୟ ସାଗର ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଗୌରବମୟ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଭୋଇଙ୍କ ନେତୃତ୍ୱରେ ୧୪ ଜଣ କଳାକାର ନୂଆଦିଲ୍ଲୀ ଗସ୍ତ କରି ସଫଳତାର ସହିତ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ଏହା କଳାହାଣ୍ଡି ଜିଲ୍ଲା ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ ବିଶ୍ୱ ଦରବାରରେ ଗୌରବମୟ ଘୁମୁରା ନୃତ୍ୟର ପରିଚୟ ଓ ପ୍ରସାର ସୃଷ୍ଟି କରିବାରେ ଏହି ପ୍ରଦର୍ଶନ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କଳାକାର ମହଲରେ ଚର୍ଚ୍ଚା ହେଉଛି I
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)