ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ଜାତୀୟ ରାଜପଥ କୁ ଅବରୋଧ କରିଥିବା " ଅବୈଧ ପାର୍କିଂ "

Oct 03, 2026 - 19:43
0 139
ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ଜାତୀୟ ରାଜପଥ କୁ ଅବରୋଧ କରିଥିବା " ଅବୈଧ ପାର୍କିଂ "

କେସିଙ୍ଗା , ୦୩/୧୦/୨୬ :- କେସିଙ୍ଗା ସହର କୁ ଦୁଇ ଭାଗରେ ବିଭକ୍ତ କରିଛି ବରଗଡ଼ ରୁ ବୋରିଗୁମା କୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥ । କଳାହାଣ୍ଡି ର ଦ୍ୱାରା ଦେଶ ହେଉଛି କେସିଙ୍ଗା ସହର ।ଏହି ସହର ର ଗୋଟିଏ ପାର୍ଶ୍ୱ ରେ ଚିର ଶ୍ରୋତା ତେଲ ନଦୀ ପ୍ରବାହିତ ହେଉଥିବା ବେଳେ ଅନ୍ୟ ପଟେ ବୁଢ଼ା ଡଙ୍ଗର ର ପର୍ବତ ରହିଛି ଯାହା ଫଳରେ କେସିଙ୍ଗା ସହର ର ସଂକୀର୍ଣ୍ଣ ଭଳି ମନେ ହୁଏ ।ସେହି ସଂକୀର୍ଣ୍ଣ ସହର କୁ ମଝିରୁ ଦୁଇ ଭାଗ ରେ ଭାଗ କରିଦେଇଛି ୨୬ ନମ୍ବର ଜାତୀୟ ରାଜପଥ ।ରାଜପଥ ସହର କୁ ଦୁଇ ଭାଗ କରୁଥିବା ବେଳେ ଏହି ସହର ଦେଇ ଯାଇଥିବା ଏହି ରାଜପଥକୁ ଅବରୋଧ କରିଛି ଅବୈଧ ପାର୍କିଂ। ରାଜପଥ ର ଦୁଇ ପାର୍ଶ୍ୱ ରେ ସହର ର କିଛି ବ୍ୟକ୍ତି ବିଶେଷ ଙ୍କ ଚାରି ଚକିଆ ଗାଡ଼ି ଦିନ ରାତି ଠିଆ ହୋଇ ରାଜପଥ କୁ ସଂକୀର୍ଣ୍ଣ କରିବା ସହ ବିପଦ କୁ ଆମନ୍ତ୍ରଣ କରୁଛି । ଯାହାକୁ ନେଇ କେସିଙ୍ଗା ସହର ବାସୀଙ୍କ ଚିନ୍ତା ବଢ଼ିବା ସହିତ ରାଜପଥ ବିଭାଗ ଓ କେସିଙ୍ଗା ଏନ୍ ଏ ସି କର୍ତ୍ତୃପକ୍ଷ ଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ ହୋଇଛି ।ବିଶେଷକରି ରାତି ସମୟରେ ଆଲୋକ ଅଭାବ ଓ ଯାନଗୁଡ଼ିକର ପର୍ଯ୍ୟାପ୍ତ ରିଫ୍ଲେକ୍ଟର ନଥିଲେ ଦ୍ରୁତଗତିରେ ଆସୁଥିବା ଗାଡ଼ି ଚାଳକଙ୍କ ପାଇଁ ଏହା ଗୁରୁତର ବିପଦ ସୃଷ୍ଟି କରିପାରେ ବୋଲି ସହରରେ ଆଲୋଚନା ହେଉଛି । NH ଉପରେ ପ୍ରତିଦିନ ଶହ ଶହ ଯାନବାହନ ଚଳାଚଳ କରୁଛି। ଛାତ୍ରଛାତ୍ରୀ, ଚାକିରିଆ, ବ୍ୟବସାୟୀ, ରୋଗୀ ଓ ସାଧାରଣ ଯାତ୍ରୀ ଙ୍କ ଯାତାୟାତ ପାଇଁ ରାଜପଥ ରହିଥିବା ବେଳେ ଅବୈଧ ପାର୍କିଂ ବିପଦ କୁ ଆମନ୍ତ୍ରଣ କରୁଛି । ରାସ୍ତା କଡ଼ରେ ଅନ୍ଧାରରେ ଠିଆ ହୋଇଥିବା ଗାଡ଼ି ସହ ଭାରୀଯାନ ଧକ୍କା ହେଲେ ତାହାର ପରିଣାମ କେତେ ଭୟାବହ ହୋଇପାରେ, ତାହା ଅତୀତରେ ଅଞ୍ଚଳ ବାସୀ ଦେଖି ସାରିଛନ୍ତି । ତଥାପି ରାଜପଥ ବିଭାଗ ଓ ଏନ୍ ଏ ସି କର୍ତ୍ତୃପକ୍ଷ ଏହାକୁ ଗୁରୁତର ଭାବେ ଗ୍ରହଣ ନ କରି ଆଖି ବୁଜି ଚୁପ୍ ରହିବା କୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଥିବା ବେଳେ କୌଣସି ବଡ଼ ଅଘଟଣ ଘଟିବା ପରେ କିଲ ପ୍ରଶାସନ ଚେଇଁବ କି ବୋଲି ପ୍ରଶ୍ନ କରୁଛନ୍ତି ସହର ବାସୀ ।ଏହା ଉପରେ ରାଜପଥ ବିଭାଗ ଓ ଏନ୍ ଏ ସି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ସହ ଜାତୀୟ ରାଜପଥ ଉପରୁ ଅବୈଧ ପାର୍କିଂ ହଟାଇବା ପାଇଁ ସାଧାରଣରେ ଦାବି ହେଉଛି । କେସିଙ୍ଗା ସହର ଦେଇ ଯାଇଥିବା NHର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ନୋ-ପାର୍କିଂ ଅଞ୍ଚଳ ନିର୍ଦ୍ଧାରଣ, ଅବୈଧ ପାର୍କିଂ ଉପରେ କଡ଼ା ଜରିମାନା , ଲୋକଙ୍କୁ ସଚେତନ କରିବା ସହ ଆଇନ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି । କେସିଙ୍ଗା NAC, ପୁଲିସ ଓ ସମ୍ପୃକ୍ତ ରାଜପଥ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ପଦକ୍ଷେପ ନେଲେ ଅନେକ ସମ୍ଭାବ୍ୟ ଦୁର୍ଘଟଣାକୁ ରୋକାଯାଇପାରିବ। କାରଣ ଦୁର୍ଘଟଣା ପରେ କ୍ଷତିପୂରଣ ଦେବା ଠାରୁ, ଦୁର୍ଘଟଣା ପୂର୍ବରୁ ତାହାକୁ ରୋକିବା ହିଁ ପ୍ରଶାସନର ସବୁଠାରୁ ବଡ଼ ଦାୟିତ୍ୱ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User