ଏକାଠି ହୋଇ ସାଧାରଣ ଲୋକଙ୍କ ସ୍ୱର ସାଜି କାମ କରିବା ର ପ୍ରତିଶ୍ରୁତି ନେଲା - ଚତୁର୍ଥ ସ୍ତମ୍ଭ

Oct 05, 2026 - 09:53
0 105
ଏକାଠି  ହୋଇ ସାଧାରଣ ଲୋକଙ୍କ ସ୍ୱର ସାଜି କାମ କରିବା ର ପ୍ରତିଶ୍ରୁତି ନେଲା - ଚତୁର୍ଥ ସ୍ତମ୍ଭ

ବାଲେଶ୍ୱର: ୦୫/୧୦-: ବସ୍ତା ବ୍ଲକରେ କାର୍ଯ୍ୟରତ ବିଭିନ୍ନ ମୁଦ୍ରିତ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ସାମ୍ବାଦିକମାନେ ଏକତାର ସୂତ୍ରରେ ବାନ୍ଧି ହୋଇଛନ୍ତି। ବିଭିନ୍ନ ସାମ୍ବାଦିକ ସଂଗଠନକୁ ଏକତ୍ର କରି ବସ୍ତା ପ୍ରେସ କ୍ଲବକୁ ସୁସଂଗଠିତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟା ଓ ଦୁର୍ନୀତି ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ସାମ୍ବାଦିକମାନେ ଶପଥ ନେଇଛନ୍ତି।ମାଥାନି ଗହିରସିମୁଳିଆସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ଅପରାହ୍ଣ ସମ୍ବାଦପତ୍ରର ମୁଖ୍ୟ ବଂଶୀଧର ଜେନାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବସ୍ତା ପ୍ରେସ କ୍ଲବର ସଭାପତି ରାମଚନ୍ଦ୍ର ଦେବ, ବସ୍ତା ସାମ୍ବାଦିକ ସଂଘର ସଭାପତି ଦୀନବନ୍ଧୁ ପ୍ରଧାନ, ପ୍ରେସ କ୍ଲବ ବସ୍ତାର ସଭାପତି ବିଜୟ କୁମାର ଭୂୟାଁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।ବୈଠକରେ ବସ୍ତା ବ୍ଲକରେ ରହିଥିବା ବିଭିନ୍ନ ସାମ୍ବାଦିକ ସଂଗଠନକୁ ଏକତାର ସୂତ୍ରରେ ବାନ୍ଧି ସାମ୍ବାଦିକଙ୍କ ମଧ୍ୟରେ ଶୃଙ୍ଖଳା, ଭାଇଚାରା ଓ ସାମ୍ବାଦିକତାର ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସର୍ବସମ୍ମତିକ୍ରମେ ସର୍ବପୁରାତନ ସରକାରୀ ସ୍ୱୀକୃତିପ୍ରାପ୍ତ ବସ୍ତା ପ୍ରେସ କ୍ଲବକୁ ସୁସଂଗଠିତ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଏହି ଅବସରରେ ବସ୍ତା ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ରାମଚନ୍ଦ୍ର ଦେବ, କାର୍ଯ୍ୟକାରୀ ସଭାପତି ଭାବେ ଦୀନବନ୍ଧୁ ପ୍ରଧାନ, ଉପସଭାପତି ଭାବେ ବିଜୟ କୁମାର ଭୂୟାଁ, ସାଧାରଣ ସମ୍ପାଦକ ଭାବେ ହରିଶଙ୍କର ପାଢ଼ୀ, ସମ୍ପାଦକ ଭାବେ ରବିନାରାୟଣ ଶତପଥୀ ଓ ରଞ୍ଜନ କୁମାର ବେହେରା ଏବଂ କୋଷାଧ୍ୟକ୍ଷ ଭାବେ ରାଜେଶ କୁମାର ଗିରିଙ୍କୁ ମନୋନୀତ କରାଯାଇଥିଲା।ଉପଦେଷ୍ଟା ଭାବେ ଶିରୀଶ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ପାତ୍ର, ଦୀପକ କୁମାର ପରିଡ଼ା, ପୃଥୁନାଥ ମଣ୍ଡଳ, ଉମାକାନ୍ତ ମହାନ୍ତି ଓ ସୁଶାନ୍ତ କୁମାର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ମିଡିଆ ସଂଯୋଜକ ଭାବେ ଅଜିତ କୁମାର ସାହୁ ଓ ଭରତ କୁମାର ଦାସଙ୍କ ନାମ ଗୃହୀତ ହୋଇଥିଲା। ନିମନ୍ତ୍ରିତ ଅତିଥି ଭାବେ ବଂଶୀଧର ଜେନା ଓ ମହାଦେବ ଦାସଙ୍କୁ ମନୋନୀତ କରାଯାଇଥିଲା।ବସ୍ତା ବ୍ଲକର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଏକତ୍ରିତ ହୋଇ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ସହ ଦୁର୍ନୀତି ବିରୋଧରେ ନିର୍ଭୀକ ଭାବେ ଲଢ଼ି ଚତୁର୍ଥ ସ୍ତମ୍ଭର ଭୂମିକାକୁ ଆହୁରି ଶାଣିତ କରିବାକୁ ଶପଥ ନେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏସ୍‌.କେ. ଜଗୁରୁଦ୍ଦିନ, ମଧୁସୂଦନ ପଣ୍ଡିତ, ଜୟନ୍ତ କୁମାର ବେହେରା, ବସନ୍ତ ଭଦ୍ର, ପ୍ରଶାନ୍ତ ସେନାପତି, ବେଣୁଧର ଦାସ, ସୀତାକାନ୍ତ ଦାସ, ଭଜହରୀ ପରିଡ଼ା, ଦେବାଶିଷ ସେଠୀ, ଜଗତ କୁମାର ଗିରି, ବିଷ୍ଣୁପଦ ପତି, ରାଜେଶ ବେହେରା ଓ ଜନ୍ମଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦେବାଶିଷ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ବର ରୁ ଜିଲ୍ଲା ପ୍ରତିନିଧୀ ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ ସତ୍ୟ ର ସ୍ୱର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User