ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ୍ କା ଉତ୍ସବ ଅନୁଷ୍ଠିତ
କର୍ଲାମୁଣ୍ଡା , ୦୭/୧୦ / ୨୬ :- କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ସ.ମାଲପଡା ପଂଚାୟତ ପୁଟିଗାଁ ଅଙ୍ଗନବାଡି କେନ୍ଦ୍ର ଠାରେ ଆଙ୍ଗନ କା ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଶୁଭ ଜନ୍ମ ମାସ ଅବସରରେ ଆଙ୍ଗନ କା ମିଳନ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମାନଙ୍କ ରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ସି ଡି ପି ଓ କଳ୍ପଲତା ତ୍ରିପାଠୀ, ବିଜେପି ରଆ କର୍ମକର୍ତ୍ତା ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ମିଶ୍ରଣ ପର୍ବର କୋଡିନେଟର ଜୟନ୍ତୀ ସାହୁ, ଅଙ୍ଗନବାଡି ଦିଦି କିଆଫୁଲ କୁମାର, ଆଶା ଦିଦି ଜୋମ୍ବୋବତୀ ସାହୁ, ସହାୟିକା ଦିଦି ଘରମାନି ସାହୁ, ଉପସ୍ଥିତ ରହି ସେଠିକାର ଶିଶୁ ମାନଙ୍କୁ ଚକୋଲେଟ ବଣ୍ଟନ କରିବା ସହ ଶିଶୁ ମାନଙ୍କ ଯତ୍ନ , ପୋଷଣ ଓ ସୁସ୍ଥ ଭବିଷ୍ୟତ ଗଠନରେ ନିରନ୍ତର ଅବଦାନ ପ୍ରଦାନ କରିଥିବା ତଥା ମହାମାରୀ କରୋନା ସମୟରେ ଏମାନଙ୍କର ଭୂମିକା ପାଇଁ ଅଙ୍ଗନବାଡି ଦିଦିଙ୍କୁ, ସହାୟିକା ଙ୍କୁ ସମ୍ମାନିତ କରିଥିଲେ। ଲାଭାର୍ଥୀ ମା ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କର ବହୁ ଯୋଜନା ବିଷୟରେ ଅବଗତ କରାଇଥିଲେ । କର୍ଲାମୁଣ୍ଡା ରୁ ତପିନ୍ କୁମାର ସାହୁ ଙ୍କ ରିପୋର୍ଟ ସତ୍ୟ ର ସ୍ୱର।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)