କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ
ବାଲେଶ୍ଵର ,୦୧/୧୦/୨୬ :- ବସ୍ତା ବ୍ଲକ ଜାମସୁଳି ଶିକ୍ଷା କ୍ଲଷ୍ଟର ଅଧିନସ୍ଥ ଶ୍ୟାମ୍ ରାଇପୁର ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ସୁଦୀପ କୁମାର ପ୍ରଧାନ ଙ୍କ ତତ୍ୱାବଧାନ ରେ,ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କ ସଭାପତିତ୍ବ ରେ ଶିଶୁ ପ୍ରତିଭା ର ନିଆରା କାର୍ଯ୍ୟକ୍ରମ ଶିଶୁ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ତାଡ଼ଦା ପଂଚାୟତ ସରପଞ୍ଚ ପ୍ରଭାତ କୁମାର ଦାସ ଉଦ୍ଘାଟନ କରିଥବା ବେଳେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ଦାସ, ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଧିକାରି ରୋହିୟା ଟୁଡୁ, ବିଶିଷ୍ଟ ଅତିଥି ଭାବେ ବିଜେପି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା,ଅବସପ୍ରାପ୍ତ ଅନୁଶିକ୍ଷାଧିକରି ଅନିରୁଦ୍ଧ ମଣ୍ଡଳ, ସମ୍ମାନିୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ଗନ୍ତାୟତ, ସମାଜ ସେବୀ କାହ୍ନୁ ଚରଣ ଦଣ୍ଡପାଟ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ସିଂହ, ପ୍ରମୁଖ ଯୋଗ ଦେଇ ସୁରଭି ୨୦୨୬ ବାର୍ଷିକ ପୁସ୍ତିକା କୁ ଉନ୍ମୋଚନ କରିଥିଲେ,ଯେଉଁଥିରେ କି ଗତ ବର୍ଷର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ କୃତିତ୍ୱ କୁ ନିଆରା ଢଙ୍ଗରେ ସ୍ଥାନିତ କରାଯାଇଛି ଏବଂ ସୁରଭି ହେଉଛି ପିଲାଙ୍କ ଭିତରେ ଥିବା ଲୋକାୟିତ ପ୍ରତିଭା କୁ ଚିହ୍ନଟ ଓ ପରିଚୟ ଦେବାର ଏକ ମାଧ୍ୟମ। ଏହି ଅବସରରେ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ, ଶିକ୍ଷକ ରାଜେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ଵର ରୁ ଜିଲ୍ଲା ପ୍ରତିନିଧୀ ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ ସତ୍ୟ ର ସ୍ୱର ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)