ବସ୍ତା ଏନ୍ ଏ ସି ପାଇଁ ନୂତନ କଂଗ୍ରେସ କମିଟି ଗଠିତ

Oct 01, 2026 - 23:09
0 25
ବସ୍ତା ଏନ୍ ଏ ସି ପାଇଁ ନୂତନ କଂଗ୍ରେସ କମିଟି ଗଠିତ

ବାଲେଶ୍ଵର: ୧।୧୦ :- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବସ୍ତା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ନୂତନ କଂଗ୍ରେସ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟପ୍ରକାଶ ଦାସଙ୍କ ଅନୁମୋଦନ କ୍ରମେ ଏହି କମିଟି ଗଠନ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଘୋଷିତ କମିଟିର ସଭାପତି ଭାବେ ରବୀନ୍ଦ୍ର ଦାସ, ସଂଯୋଜକ ଭାବେ କମଲଲୋଚନ ଜେନା ଓ କୋଷାଧ୍ୟକ୍ଷ ଭାବେ ଜଗଦିଶ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଭାବେ ଅଜିତ ମହାପାତ୍ର, ଜନଜୀବନ ପ୍ରଧାନ ଓ ନିତ୍ୟାନନ୍ଦ ବିଶ୍ୱାଳଙ୍କ ନାମ ଘୋଷଣା ହୋଇଛି।ସେହିପରି ସାଧାରଣ ସମ୍ପାଦକ ଭାବେ ଗଦାଧର ବେହେରା, ରୌମ୍ୟରଞ୍ଜନ ସାହୁ, ପିଣ୍ଟୁ ବୈଠା ଓ ସଞ୍ଜୟ ଦାସ ଏବଂ ସମ୍ପାଦକ ଭାବେ ସେକ୍ କବିରୁଦ୍ଦିନ, ଜ୍ୟୋତିପ୍ରକାଶ ନାୟକ, ମୁରଲୀଧର ବିନ୍ଧାଣି, ସନାତନ ସାହୁ ଓ ବେଣୁଧର ବେହେରାଙ୍କୁ ମନୋନୀତ କରାଯାଇଛି।ପଛୁଆ ବର୍ଗ ସଭାପତି ଭାବେ ଗୌରାଙ୍ଗ ସେଠୀ, ମହିଳା କଂଗ୍ରେସ ସଭାପତି ଭାବେ ନିବେଦିତା ବିଶ୍ୱାଳ, ସଂଖ୍ୟାଲଘୁ ସେଲ୍ ସଭାପତି ଭାବେ ସେକ୍ ରଜାକ ଓ ଉପସଭାପତି ଭାବେ ସେକ୍ ଜାକିର ହୁସେନଙ୍କ ନାମ ଘୋଷଣା କରାଯାଇଛି। ନିମନ୍ତ୍ରିତ ସଦସ୍ୟ ଭାବେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତା, ମନୋଜ ମହାନ୍ତି, ଜିଲ୍ଲା ଉପସଭାପତି ସୁଧାଂଶୁ ଶେଖର ଜେନା, ଗୌରାଙ୍ଗ ବେହେରା ଓ କଳ୍ପନା ଦାସଙ୍କ ସମେତ ଅନ୍ୟମାନଙ୍କ ନାମ ଘୋଷଣା କରାଯାଇଛି।ଏହି ସମ୍ମିଳନୀରେ ବସ୍ତାର ସ୍ବାସ୍ଥ୍ଯ.ଶିକ୍ଷା, ଗମନାଗମନ ଓ ରେଳ ଭିତ୍ତିଭୂମି ବିକାଶ ପ୍ରସଙ୍ଗ ମଧ୍ୟ ଉଠାଯାଇଥିଲା। କଂଗ୍ରେସ ସରକାର ସମୟରେ ଚିନ୍ତାମଣି ଜେନା ଓ ଭୂପାଳ ଚନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ଦାସ ମହାପାତ୍ର .ବୁଲା ଗୁପ୍ତା.ଙ୍କ ସମୟରେ ବସ୍ତାରେ ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା।ମାତ୍ର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ଯ ବିଜେଡି ଓ ବିଜେପି ସରକାର ଆସିଥିଲେ ମଧ୍ୟ ସେହି ଅନୁପାତରେ ବିକାଶ ହୋଇନଥିବା ଅଭିଯୋଗ କରାଯାଇଥିଲା।ଆଗାମୀ ଦିନରେ ବସ୍ତା ଏନଏସି କଂଗ୍ରେସ ଦଖଲ କଲେ ଅଞ୍ଚଳର ସାମଗ୍ରିକ ବିକାଶକୁ ଅଗ୍ରାଧିକାର ଦିଆଯିବ ବୋଲି ନୂତନ ସଭାପତି ରବୀନ୍ଦ୍ର ଦାସ ପ୍ରକାଶ କରିଥିଲେ। ଶେଷରେ ଯୁବ ଆଇନଜିବି ଜନ୍ମଜୟ ପ୍ରଧାନ ଧନ୍ଯବାଦ ଜଣାଇଥିଲେ ।

 ବାଲେଶ୍ଵର ରୁ ଜିଲ୍ଲା ପ୍ରତିନିଧୀ ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ  ସତ୍ୟର ସ୍ବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User