ନଳିନୀ ଙ୍କୁ ମିଳିଲା ଗୁରୁ ଦାୟିତ୍ୱ

Sep 06, 2026 - 19:30
0 37
ନଳିନୀ ଙ୍କୁ ମିଳିଲା ଗୁରୁ ଦାୟିତ୍ୱ

କେସିଙ୍ଗା - ୦୬/୦୯/୨୬ : ବିଜୁ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। ନୂତନ ନଗର କମିଟି ରେ ନଗର ସଭାପତି ଭାବରେ ବରିଷ୍ଠ ବିଜେଡି ନେତା ନଳୀନ କୁମାର ପଟ୍ଟନାୟକ ଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ପ୍ରେଣା ନାଏକ,ନୀଳ ମାଧବ ମହଲା ଓ ମୋହନ କୁମାର ନାୟକ ଙ୍କୁ ଉପ ସଭାପତି ଦାଇତ୍ୱ ପ୍ରଦାନ କରାଯାଇଛି । ସେହିପରି ସାଧାରଣ ସମ୍ପାଦକ ଭାବରେ ନେହେରୁ ସୁନାନୀ ଏବଂ ସଚିବ ଭାବରେ ପ୍ରମୋଦ ସାହୁ, ବଳରାମ ପଟ୍ଟନାୟକ,ହିରନ୍ୟ କୁମାର ବାଗ ଏବଂ ରମାକାନ୍ତ ଜେନା ଙ୍କୁ ନୂତନ ଦାଇତ୍ୱ ପ୍ରଦାନ କରାଯାଇଛି । ସେହିପରି କେସିଙ୍ଗା ନଗର କମିଟି ର କୋଷାଧ୍ୟକ୍ଷ ଭାବରେ ଅନିଲ ଜୈନ ଙ୍କ ନାମ ଘୋଷଣା କରାଯାଇଛି। ଆଗକୁ ଆସୁଥିବା ପଞ୍ଚାୟତ ଓ ଏନ୍ ଏ ସି ନିର୍ବାଚନ ରେ ବିଜେଡି କିପରି ବିଜୟ ଲାଭ କରିବ ତାହା ଆମର ପ୍ରଥମ ଲକ୍ଷ୍ୟ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନୂତନ ସଭାପତି ନଳୀନ ପଟ୍ଟନାୟକ । ନଗର ର ସମସ୍ତ ବିଜେଡି କର୍ମକର୍ତ୍ତା ଙ୍କ ସହିତ ମିଶି ବିଜେଡି କୁ ଆହୁରି ମଜଭୁତ କରିବା ନେଇ ମତ ରଖିଛନ୍ତି । କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଜିଲ୍ଲା ସଚିବ ତଥା ଯୁବ ନେତା ସିଲୁ ପରିଡ଼ା, ପୂର୍ବତନ ନଗର ସଭାପତି ରମେଶ ପଟ୍ଟନାୟକ,ବିଜେଡି ନେତା ଦେବେନ୍ଦ୍ର ଭୂଜବଲ ପ୍ରମୁଖ ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User