ଦେହ ବ୍ୟବସାୟ କାରବାର ଅଭିଯୋଗ ,ହୋଟେଲ ନିୟୁ ବୁଲବୁଲ ଉପରେ ପୋଲିସ ର ଚଢ଼ାଉ
ବାଲେଶ୍ୱର ,ବସ୍ତା : ୨୮/୧୦/୨୬ - ସତ୍ୟ ର ସ୍ୱର ( ଜୟନ୍ତ କୁମାର ବେହେରା ) :- #Bigbreaking :- ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ବହୁ ଚର୍ଚିତ ହୋଟେଲ ନିଉ ବୁଲବୁଲରେ ବିଳମ୍ବିତ ରାତିରେ ପୋଲିସର ବଡ ଧରଣର ଚଢାଉ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବସ୍ତା SDPO ଶ୍ରୀ ସମର୍ଥ ବେହେରାଙ୍କ ନେତୃତ୍ୱରେ ବସ୍ତା ପୋଲିସ ଗତକାଲି ବିଳମ୍ବିତ ରାତ୍ରିରେ ହୋଟେଲରେ ଅଚାନକ ଚଢାଉ କରିଥିଲା। ଚଢାଉ ବେଳେ ହୋଟେଲ ଭିତରେ ଦେହ ବ୍ୟବସାୟ ରେ ଲିପ୍ତ ଥିବା ୩ ଜଣ ଯୁବତୀ, ୫ ଜଣ ଗ୍ରାହକ ଏବଂ ଜଣେ ଦଲାଲଙ୍କୁ ଅଟକ ରଖିଛି। ତେବେ ହୋଟେଲ ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।ପ୍ରକାଶ ଥାଉକି ଆଜକୁ ଠିକ ଏକ ବର୍ଷ ତଳେ ଅର୍ଥାତ 24 ଅକ୍ଟୋବର 2025 ମସିହାରେ ଏହି ହୋଟେଲ ରେ ବସ୍ତା ପୋଲିସ ଚଢାଉ କରି ଦୁଇଜଣ ଦେହଯିବି କୁ ଉଦ୍ଧାର କରିବା ସହ ଜଣ ଗ୍ରାହକ ଓ ହୋଟେଲ ମ୍ୟାନେଜେର କୁ ଗିରଫ କରିଥିଲା।ଏ ନେଇ ବସ୍ତା ଥାନା କେଶ ନମ୍ବର 523/26 ମୂଳେ ଏକ ମାମଲା ରୁଜୁ ସହିତ ଏଥିରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ରାସଗୋବିନ୍ଦପୁର ଥାନା ତମ୍ବାଖୁରୀ ଗ୍ରାମ ର ଗୋପୀନାଥ ଜେନା ଙ୍କ 29 ବର୍ଷ ର ପୁଅ ମାନସ ଜେନା, ସିଂଲା ଥାନା କରୁଆ ଗ୍ରାମ ର ନିତ୍ୟାନନ୍ଦ ଗିରି ଙ୍କ 34 ବର୍ଷ ର ପୁଅ ରବୀନ୍ଦ୍ର, ନୟାପଲ୍ଲୀ ଥାନା ମୁଣ୍ଡାସାହି ନୀଳକଣ୍ଠ ନଗର ଗ୍ରାମ ର ନିଖିଳେଶ ପ୍ରଧାନ ଙ୍କ 27 ବର୍ଷ ର ପୁଅ ଦୀନେଶ ପ୍ରଧାନ, ବାଲିକୁଦା ଥାନା ବାରିକେନା ଗ୍ରାମ ର ରବୀନ୍ଦ୍ର ସାହୁ ଙ୍କ 35 ବର୍ଷ ର ପୁଅ ବିଶ୍ୱଜିତ, ବସ୍ତା ଥାନା କୁସୁଡିହା ଗ୍ରାମ ର ଶ୍ରୀଧର ବେହେରା ଙ୍କ 36 ବର୍ଷ ର ସୁମନ୍ତ,ଏବଂ ବସ୍ତା ଥାନା କରଞ୍ଜିଆ ଗ୍ରାମ ର ଦେବେନ୍ଦ୍ର ରାମ ଙ୍କ 36 ବର୍ଷ ର ପୁଅ ସୁକୁମାର ରଣା ବୋଲି ଜଣାପଡିଛି । ଫେରାର ମାଲିକ ସହ ଅନ୍ୟ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।ତେବେ ବସ୍ତା ପୋଲିସ ର ଏହି ଚଢାଉ ପରେ ଜାତୀୟ ରାଜପଥ କଡରେ ଥିବା ଅନ୍ୟ ହୋଟେଲ ମାଲିକଙ୍କ ମଧ୍ୟରେ ଛନକା ପଶିଛି ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)