୧୦୦ କେଜି ଗଞ୍ଜେଇ ସହ ଗୋଟିଏ ପିସ୍ତଲ୍ ଓ ଗୁଳି ଜବତ , ଦୁଇ ଗିରଫ

Oct 29, 2026 - 09:39
0 119
୧୦୦ କେଜି ଗଞ୍ଜେଇ ସହ  ଗୋଟିଏ ପିସ୍ତଲ୍ ଓ ଗୁଳି ଜବତ , ଦୁଇ ଗିରଫ

କେସିଙ୍ଗା, ୨୯/୧୦- ସତ୍ୟ ର ସ୍ୱର ( ସଂଗ୍ରାମ କେଶରୀ ଦେଓ) :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଅବକାରୀ ବିଭାଗ ଚଢ଼ାଉ କରି ଏକ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ ସହ ଗୋଟିଏ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ କରିଛି । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି। ଗତ ମଙ୍ଗଳବାର ଅବକାରୀ ଥାନାର ଓ.ଆଇ.ସି. ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ କେସିଙ୍ଗା ବ୍ଲକର ଅମାଠ ଛକରୁ ଜାତୀୟ ରାଜପଥ ୫୯ ଦେଇ ମଦନପୁର ରାମପୁର ଯିବା ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ପଲମ ଛକ ନିକଟସ୍ଥ ଟୋଲଗେଟ୍ ପାଖରେ ଏକ ଅଟୋରିକ୍ସାକୁ ସନ୍ଦେହରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ, ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ବାହାରିଥିଲା ।ଯାହାକୁ ଅବକାରୀ ବିଭାଗ ପକ୍ଷରୁ ଜବତ୍ କରାଯିବା ସହ ଗଞ୍ଜେଇ ପରିବହନରେ ବ୍ୟବହୃତ ଅଟୋରିକ୍ସାକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରାଯାଇଛି । ଗଞ୍ଜେଇ ଚାଲାଣ ଓ ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ବିହାର ରାଜ୍ୟର ଶ୍ରୀରାମ ଗୌଡ଼ (୩୦) ଏବଂ ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟସ୍ଥ ଭୁଆଁପଡ଼ା ଗ୍ରାମର ଭୋଳା ହରପାଳ (୩୫) କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ କେସିଙ୍ଗା ଅବକାରୀ ଥାନାର ଓ.ଆଇ.ସି. ମଳୟ କୁମାର ପ୍ରଧାନଙ୍କ ସହ ଅବକାରୀ କନେଷ୍ଟବଳ ସିଆରୀ ହରିଜନ, ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ ଓ କୀର୍ତ୍ତି ଜେନା ପ୍ରମୁଖ ସାମିଲ ଥିଲେ।ଗଞ୍ଜେଇ ଚାଲାଣ ଓ ଅସ୍ତ୍ରଶସ୍ତ୍ର ଜବତ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User