ବାଘ ଛାଲ ଜବତ,ଜଣେ ଗିରଫ୍
ନୂଆପଡ଼ା / କୋମନା:- ୨୩/୦୯/୨୬ :- ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ଓ ଅବୈଧ ବନ୍ୟପ୍ରାଣୀ ଅଙ୍ଗ କାରବାର ଉପରେ ବନବିଭାଗ କୁ ବଡ଼ ସଫଳତା ମିଳିଛି । କୋମନା ଥାନା ଅନ୍ତର୍ଗତ ଉଦ୍ୟାନବନ୍ଧ ଅଞ୍ଚଳରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଓଡ଼ିଶା ଭିଜିଲାନ୍ସର ବନବିଭାଗ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ଜଣେ ସନ୍ଦିଗ୍ଧ ଶିକାରୀଙ୍କୁ ଧରିବା ସହ ଗୋଟିଏ ବାଘ ଛାଲ ଜବତ କରିଛି। ଟିମ୍ ଘଟଣାସ୍ଥଳରୁ ଗୋଟିଏ ବାଘ ଛାଲ ଜବତ କରିବା ସହ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କୁମୁଣ୍ଟିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀଙ୍କୁ ଗିରଫ କରିଛି। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା ୯ ଉଲ୍ଲଂଘନ ଏବଂ ଧାରା ୫୧ ଅନୁଯାୟୀ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ତଦନ୍ତରେ ଆଉ କାହାର ସମ୍ପୃକ୍ତି ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଛି। ତଦନ୍ତ ଶେଷ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ସୂଚନା ଦେଇଥିବା ଜଣାପଡ଼ିଛି। ବନ୍ୟପ୍ରାଣୀ ସୁରକ୍ଷା ଦୃଷ୍ଟିରୁ ଏହି ଘଟଣାକୁ ଗୁରୁତ୍ୱ ଦେଇ ବନବିଭାଗ ତଦନ୍ତକୁ ଆହୁରି ଜୋରଦାର କରିଛି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)