ତେରାପନ୍ଥ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ , ୭୨ ୟୁନିଟ୍ ରକ୍ତ ସଂଗ୍ରହ

Sep 22, 2026 - 18:45
0 69
ତେରାପନ୍ଥ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ , ୭୨ ୟୁନିଟ୍ ରକ୍ତ ସଂଗ୍ରହ

ତେରାପନ୍ଥ ୟୁବକ ପରିଷଦ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ | କେସିଙ୍ଗା ତା ୨୨/୦୯/୨୬ : ସାରା ଭାରତ ବର୍ଷରେ ତେରାପନ୍ଥ ୟୁବକ ପରିଷଦ ପକ୍ଷରୁ "ରକ୍ତଦାନ କର୍ତ୍ତବ୍ୟମ " କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି "ରକ୍ତଦାନ କର୍ତ୍ତବ୍ୟମ" କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଆଦାନୀ ଏ ସି ସି କମ୍ପାନୀ ସହ ମିଶି ସାରା ଭାରତ ବର୍ଷରେ ରକ୍ତ ଦାନ ଶିବିର ଆୟୋଜନ କରୁଛି | ଏହି ପରିପ୍ରେକ୍ଷୀରେ କେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ସଭାପତି ଅଭିଷେକ ଜୈନ ଙ୍କ ନେତୃତ୍ଵରେ ଆଜି କେସିଙ୍ଗା ତେରାପନ୍ଥ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ସୂଚନା ଅନୁଯାୟ ସକାଳୁ ଦଶ ଟାରୁ ଆରମ୍ଭ ହୋଇ ସନ୍ଧ୍ଯା ପାଞ୍ଚ ଟା ପର୍ଯ୍ୟନ୍ତ ୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା | କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଯହାର ଲାଲ ମହାନନ୍ଦ ଓ ସହଯୋଗୀ ମାନଙ୍କ ତତ୍ତ୍ୱାବଧାନ ରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ସଫଳତାର ଶେଷ ହୋଇଥିବା ବେଳେ କେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User