ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭା ସାଂସଦ ସୁଜିତ୍ ସେଠ୍

Sep 30, 2026 - 10:17
0 28
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭା ସାଂସଦ ସୁଜିତ୍ ସେଠ୍

କର୍ଲାମୁଣ୍ଡା , ୩୦/୦୯/୨୬ : - ରାଜ୍ୟ ସଭା ସଦସ୍ୟ ସୁଜିତ କୁମାରଙ୍କ କ ସହ ଜିଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ମଙ୍ଗଳବାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ। ଏହି ଅବସରରେ ରେ ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଆୟୋଜିତ ସେବା ସଂକଳ୍ପ ଅଭିଯାନରେ ଯୋଗ ଦେଇଥିଲେ। ଏହା ପରେ ରେଗଡା ଆଦର୍ଶ ବିଦ୍ୟାଳୟ, କର୍ଲାମୁଣ୍ଡା ସରସ୍ବତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବୃକ୍ଷରୋପଣ କରିଥିଲେ। ବ୍ଲକ ସଦର ଭାଜପା କାର୍ଯ୍ୟାଳୟଠାରେ ଦଳୀୟ କର୍ମୀଙ୍କ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଦଇ କର୍ମୀମାନଙ୍କୁ ସାଙ୍ଗଠନିକ ସ୍ଥିତି ସୁଦୃଢ କରି କରିବାକୁ ପରାମର୍ଶ ଦେଇଥିଲେ। ତେରେସିଙ୍ଗା ସିଙ୍ଗା ଶିବ ମନ୍ଦିରଠାରେ ଭୋଗ ମଣ୍ଡପ ଶିଳାନ୍ୟାସ, , ରିଶିଡା ବସ‌ଷ୍ଟାଣ୍ଡ ଠାରେ ସୋଲାର ହାଇମାଷ୍ଟ ଲାଇଟ ଉଦ୍‌ଘାଟନ, ହାଲ ମା' ସନ୍ତୋଷୀ ଗଜବାହାଲ ଗଜବାହାଳ ମନ୍ଦିର ଭୋଗ ମଣ୍ଡପ ଶିଳାନ୍ୟାସ, ଜଗନ୍ନାଥ ମନ୍ଦିରଠାରେ ସୋଲାର ହାଇମାଷ୍ଟ ଉଦଘାଟନ କାର୍ଯ୍ୟକ୍ରମରେ ସାଂସଦ ଯୋଗ ଦେଇଥିଲେ। ଏହି ସମୟରେ କଳାହାଣ୍ଡି ଜିଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବ୍ଳକ ଅଧ୍ୟକ୍ଷା କୁନି ସାହୁ, ବିଡ଼ିଓ ସୁଚରିତା ମୁଗ୍ରୀ, ଜୟନ୍ତୀ ସାହୁ,ଜିଲା ପରିଷଦ ସଭ୍ୟ ମହେ ମହେନ୍ଦ୍ର ରଣା, ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ, ଯୋରାଡବରା ସରପଞ୍ଚ କ୍ଷିତିସୂତା ସାହୁ, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର ପ୍ରମୁଖ ଉପସ୍ଥିତ ଥିଲେ। ଭାଜପା କାର୍ଯ୍ୟାଳୟଠାରେ ରେ କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଲାମଣୀ ଣୀ ଭୋଇ, ଯୋରାଡବରା ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁ, ପୂର୍ବତନ ଏସ୍‌ସି ମୋର୍ଚ୍ଚା ଜିଲା ସଭାପତି ଗଣେଶ କୁମାର, ପୂର୍ବତନ ମଣ୍ଡଳ ସଭାପତି ଚିତ୍ରସେନ ସାହୁ, ମଣ୍ଡଳ ମହିଳାମୋର୍ଚ୍ଚା ସଭାନେତ୍ରୀ ବବିତା ମଞ୍ଜରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କର୍ଲାମୁଣ୍ଡା ରୁ ତପିନ୍ କୁମାର ସାହୁ ଙ୍କ ରିପୋର୍ଟ ସତ୍ୟ ର ସ୍ୱର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User