ଅଙ୍ଗନୱାଡି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ
ବାଲେଶ୍ୱର , 30/0୯ :- ସାରା ରାଜ୍ୟ ରେ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଅଙ୍ଗନୱାଡ଼ି ରେ ତିନି ଦିନ ଧରି ଆଙ୍ଗନ୍ କା ଉତ୍ସବ ପାଳନ ହେଉଅଛି। ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ୍ ରେ ଥିବା ସମସ୍ତ ଅଙ୍ଗନୱାଡ଼ି ରେ ସିଡିପିଓ ଗିନ୍ଦିରି ମୁର୍ମୁ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ଦରଡ଼ା ସେକ୍ଟର ର ସୁପରଭାଇଜର ବୈଜୟନ୍ତୀ ମୁଦୁଲି ଙ୍କ ନିର୍ଦ୍ଦେଶ ରେ ମୁକୁଳିସି ଗ୍ରାମ ପଞ୍ଚାୟତ କାଳିଡ଼ିହ ଅଙ୍ଗନୱାଡ଼ି ରେ ତୃତୀୟ ଦିବସ ରେ ସରକାରଙ୍କ ନିୟମ ଅନୁଯାୟୀ କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ବଣ୍ଟନ କରାଯାଇଥିଲା ଏବଂ ପରେ ଭୋଜୀର ଆୟଜନ କରାଯାଇଥିଲା । ଛାତ୍ରଛାତ୍ରୀ ଙ୍କ ପିତା ମାତା , ଗର୍ଭବତୀ , ପ୍ରସୁତୀ, ଆଶା କର୍ମୀ , ଜାଞ୍ଚି କମିଟିର ମେମ୍ବର ଗୀତାଞଳୀ ପ୍ରଧାନା , ୱାଡ଼ ମେମ୍ବର ମୌସୁମୀ ଦାସ ଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀ ଦେଇ ସମ୍ମାନିତ କରାଗଲା । ବାଲେଶ୍ଵର ରୁ ଜିଲ୍ଲା ପ୍ରତିନିଧୀ ଜୟନ୍ତ କୁମାର ବେହେରା ରିପୋର୍ଟ ସତ୍ୟର ସ୍ୱର ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)