NEET ପରୀକ୍ଷା ରେ ସଫଳତା ପାଇଥିବା ଛାତ୍ର ଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର , ୩୦/୦୯ :- ପରିଶ୍ରମ ର ଫଳ ମିଳିଛି,ଚେଷ୍ଟା କଲେ ସବୁ ସମ୍ଭବ ହେବ, ଲକ୍ଷ ସ୍ଥଳରେ ପହଂଚିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ l ଚଳିତ ବର୍ଷର NEET ପରୀକ୍ଷା ଫଳାଫଳରେ ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତ ନିବାସୀ ଶ୍ରୀଯୁକ୍ତ ଦୁର୍ଜୟ ମହାନ୍ତି ଏବଂ ଶ୍ରୀମତୀ ସବିତା ମହାନ୍ତିଙ୍କ ସୁପୁତ୍ର ଶ୍ରଦ୍ଧେୟ ସୁମିତ କୁମାର ମହାନ୍ତି ୭୨୦ ରୁ ୫୧୬ ନମ୍ବର ରଖି ବାଲିଆପାଳ ତଥା ବାଲେଶ୍ଵର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ସୁମିତ ପାଠ ପଢିଥିବା ବିଦ୍ୟାଳୟ ନାୟକ ରାମଚନ୍ଦ୍ର ଏକାଡେମୀ ନିମପଦା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ରାଖାଲ କୃଷ୍ଣ ଜେନା,ନିତ୍ୟାନନ୍ଦ ଗିରି, ବନମାଳୀ ସାହୁ,ତପନ କୁମାର ପାତ୍ର,ରତ୍ନାକର ଦାସ,ନିଶାକର ପଣ୍ଡା, ଶମ୍ଭୁନାଥ ସାହୁ,ମିନତୀ ପଟାୟତଙ୍କ ସମେତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ହେବା ସହ ତାଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ଅଧିକ ଉଜ୍ଜ୍ବଳ ହେଉ ଏବଂ ଜନସେବାରେ ସେ ନିଜକୁ ନିୟୋଜିତ କରନ୍ତୁ ଏହାହିଁ ବିଦ୍ୟାଳୟ ତରଫରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି l ଏବେ ସ୍କୁଲ ରେ ଜଣେ ଡେପୁଟି ରେ ପ୍ରଧାନ ଶିକ୍ଷକ ଅନ୍ୟ ମାନେ ଅତିଥି ଶିକ୍ଷକ ଭାବରେ ସ୍କୁଲ ଚାଲିଛି l ବାରମ୍ବାର BEO, DEO ଙ୍କୁ ଜଣାଇବା ପରେବି ବିନା ଶିକ୍ଷକ ରେ ଚାଲିଛି ସ୍କୁଲ l ବାଲେଶ୍ଵର ରୁ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ ସତ୍ୟର ସ୍ୱର |
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)