ଇଣ୍ଡିଆ ମେଣ୍ଟ ର ଓଡ଼ିଶା ବନ୍ଦ , ବସ୍ତ ସମେତ ବିଭିନ୍ନ ଅଞ୍ଚଳରେ ଜନ ଜୀବନ ପ୍ରଭାବିତ

Oct 09, 2026 - 06:40
0 24
ଇଣ୍ଡିଆ ମେଣ୍ଟ ର ଓଡ଼ିଶା ବନ୍ଦ , ବସ୍ତ ସମେତ ବିଭିନ୍ନ ଅଞ୍ଚଳରେ ଜନ ଜୀବନ ପ୍ରଭାବିତ

ବାଲେଶ୍ୱର , ୦୯/୧୦/୨୬ :- ଇଣ୍ତିଆ ମେଣ୍ଟ ପକ୍ଷରୁ ଚାରି ଦଫା ଦାବି ନେଇ ୮ ତାରିଖ ରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆ ଯାଇଥିଲା । ସକାଳା ୬ ଟାରୁ ସଂଧ୍ଯା ୬ ଟା ପର୍ଯ୍ଯନ୍ତ ଏହି ବନ୍ଦ ପାଳନ ହୋଇଥିବା ବେଳେ ,ଅତ୍ଯାବଶ୍ଯକ ସେବାକୁ ବାଦ୍ ଦିଆଯାଇ ବ୍ଯବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ଯାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏଏମଡିଆର ( ସଂଶୋଧନ) ଆଇନ ରଦ୍ଦ, ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ୍ କୁମାର ଙ୍କୁ ତୁରନ୍ତ ବରଖାସ୍ତ, ରାଜ୍ଯ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ତ ଙ୍କ ଇସ୍ତଫା, ବନ୍ଯା ପ୍ରଭାବିତ ଲୋକ ଙ୍କୁ ପର୍ଯ୍ଯାପ୍ତ ରିଲିଫ୍ ଓ ପୂନର୍ବାସ ସହାୟତା ଯୋଗାଇବା ଦାବି ରେ ଏହି ବନ୍ଦ ଡାକାରା ଦେଇଥିଲା ଇଣ୍ଡିଆ ମେଣ୍ଟ । ମେଡିକାଲ , ଛାତ୍ର ଛାତ୍ରୀ ଙ୍କ ପରୀକ୍ଷା, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ଯ, ଔଷଧ ଦୋକାନ, ଦୂଗ୍ଧ ଯୋଗାଣ ଇତ୍ଯାଦି ଅନ୍ଯାନ୍ଯ ଜରୁରୀ ସେବା କୁ ଏହି ବନ୍ଦ ରୁ ବାଦ ଦିଆଯାଇଥିଲା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ରେ ସମସ୍ତ ଦୋକାନ ବଜାର ସମେତ ମୁକୁଳଶି ଏବଂ ଦରଡ଼ା ସମସ୍ତ ସରକାରୀ ଏବଂ ବ୍ଯବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ବାଲେଶ୍ଵର ରୁ ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ ସତ୍ୟ ର ସ୍ୱର |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User