ଅଖ ଚକ ସବୁ ବନ୍ଦ୍ , ଓଡ଼ିଶା ବନ୍ଦ୍ କୁ ସମର୍ଥନ କଲା କେସିଙ୍ଗା କଂଗ୍ରେସ

Oct 08, 2026 - 16:56
0 83
ଅଖ ଚକ ସବୁ ବନ୍ଦ୍ , ଓଡ଼ିଶା ବନ୍ଦ୍ କୁ ସମର୍ଥନ କଲା  କେସିଙ୍ଗା କଂଗ୍ରେସ

କେସିଙ୍ଗା , ୦୮/୧୦/୨୬ :- ୪ ଦଫା ଦାବି ନେଇ କଂଗ୍ରେସ ନେତୃତ୍ୱ ରେ ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା। ସକାଳ ୬ ରୁ ବନ୍ଦ ରହିଛି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ,ସାଧାରଣ ପରିବହନ ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ , କେବଳ ଅତ୍ୟାବଶ୍ୟକ ସେବା ଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି । ଏ ଏମ୍ ଡି ଆର୍ ଆଇନ ରଦ୍ଧ , ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ କରିବା ,ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଓ ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ ବଣ୍ଟନ ଦାବି ନେଇ ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଏହି ବନ୍ଦ ଶାନ୍ତି ପୂର୍ଣ୍ଣ ରହିଥିବା ବେଳେ ସକାଳ ୬ ରୁ ଯାନବାହନ ,ବ୍ୟବସାୟିକ ପ୍ରତିଷ୍ଠାନ , ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଚାଲୁଥିବା ହେତୁ ବନ୍ଦ ସତ୍ତ୍ୱେ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଏହି ବନ୍ଦ ରୁ ଅତ୍ୟାବସକ ସେବା ଯେପରି କି ଔଷଧ ଦୋକାନ , ପନିପରିବା ଦୋକାନ , ଆମ୍ବୁଲାନ୍ସ ସେବା , ଅଗ୍ନିଶମ ସେବା , ଦୁଗ୍ଧ ଯୋଗାଣ ଦୋକାନ ଗୁଡିକୁ ବାଦ୍ ଦିଆଯାଇଥିଲା । ଯଦି ଆଗକୁ ସରକାର ଦାବି ଗୁଡିକୁ ପୂରଣ ନ କରନ୍ତି ତେବେ ଆନ୍ଦୋଳନ କୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି କେସିଙ୍ଗା କଂଗ୍ରେସ ର କର୍ମକର୍ତ୍ତା ।ଏହି ବନ୍ଦ ଡାକରା ରେ କେସିଙ୍ଗା ନଗର ସଭାପତି ସୁଭାଷ ଜୈନ , ଟିକେମନ୍ ଦୀପ୍ , ଜୋସ୍ନା ରାଣୀ ବଗର୍ତ୍ତୀ , ପୂର୍ବତନ ନଗରପାଳ ରାମ କୁମାର ଜୈନ , ରାମଜୀ ମାତଖଣ୍ଡିଆ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ, ଜିଲ୍ଲା ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ତାଣ୍ଡି , ଜିଲ୍ଲା କଂଗ୍ରେସ ସମ୍ପାଦକ ବିଜୟ କୁମାର ଦୀପ୍ , ଜଗଦୀଶ ଅଗ୍ରୱାଲ , ଦୟା ସାଗର ଶାହା, ପ୍ରତାପ ବାଗ , କାଉନସିଲର ରୋହିତ୍ ଜୈନ , ଦେବେନ୍ଦ୍ର ଭୂଜବଳ, ସିପିଏମ ର ଜିଲ୍ଲା ସଭାପତି ଉଦ୍ଧବ ସାହୁ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User