ଶିକ୍ଷକଙ୍କ ନାଁ ରେ ଆସିଥିବା ମିଥ୍ୟା ଅସଦାଚରଣ ମାମଲା ପ୍ରତ୍ୟାହାର ପାଇଁ ସାମ୍ୱାଦିକ ସମ୍ମିଳନୀ

Sep 29, 2026 - 06:24
0 33
ଶିକ୍ଷକଙ୍କ ନାଁ ରେ ଆସିଥିବା ମିଥ୍ୟା ଅସଦାଚରଣ ମାମଲା ପ୍ରତ୍ୟାହାର ପାଇଁ ସାମ୍ୱାଦିକ ସମ୍ମିଳନୀ

ବାଲେଶ୍ଵର -୨୯/୯/୨୬ - : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୋଧରେ ହୋଇଥିବା ମିଥ୍ୟା ଛାତ୍ରୀ ଅସଦାଚରଣ ଅଭିଯୋଗ ପ୍ରତ୍ୟାହାର ପାଇଁ ଡିଗିରିପାହି ଅଲଚିକି ସଂଘ ପକ୍ଷରୁ ବିଦ୍ୟାଳୟ ପାଖ କାଳ ଶିମୁଳି ଖେଳ ପଡ଼ିଆରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀ ମୁର୍ମୁଙ୍କ ନାମରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ମିଥ୍ୟା ମାମଲା ରୁଜୁ କରିଥିବା ରାଜନୈତିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଦାକ୍ଷିନ ମୁର୍ମୁଙ୍କ ନାମରେ ମିଥ୍ୟା ମାମଲା ପ୍ରତ୍ୟାହାର ଦାବି କରାଯାଇଛି। ସୁଚନାରୁ ପ୍ରକାଶ ଗଣେଶ ପୂଜା ଦିନ ପ୍ରଧାନ ଶିକ୍ଷକ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଶିକ୍ଷକ ଶ୍ରୀ ମୁର୍ମୁ ଅଳଚିକି ଭାଷାର ପ୍ରଚାର ପ୍ରସାର ନିମନ୍ତେ ବହୁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦାନ କରିଥାନ୍ତି। ଏହା ବ୍ୟତୀତ ସମାଜର ସଂସ୍କାର ଆଣିବା ପାଇଁ କରିଥିବା ଉଦ୍ୟମ ପାଇଁ ବିଗତ ଦିନରେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ। ସେ ଜଣେ ଶିକ୍ଷା ଗୁରୁ ସହିତ ଅଲ୍ ଚିକି ଗୁରୁ ବୋଲି କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଅଳଚିକି ସଂଘର ଶିକ୍ଷାବିତ ଆନନ୍ଦ ଚରଣ ହାସଦା,ସମାଇ ହାସଦା, ରାମଚନ୍ଦ୍ର ହାସଦା, ଝାରଖଣ୍ଡ ରାଜ୍ୟର ଶିକ୍ଷୟିତ୍ରୀ କାରନା ମୁର୍ମୁ, ଚନ୍ଦ୍ର ମୋହନ ମାଝି, ସତ୍ୟନାରାୟଣ ମାରାଣ୍ଡି,କିସୁନ ହେମ୍ରମ, ରାମଚନ୍ଦ୍ର ହେମ୍ରମ,ପଶ୍ଚିମବଙ୍ଗ ରୁ ଆସିଥିବା ସୁଭଦ୍ରା ଟୁଟୁ,ସାଗର ହେମ୍ରମ,ମଦନ ବାସ୍କେ,ବ ଶିବାନନ୍ଦ ହେମ୍ବ୍ରମ,ଭିଳୁ ମାରାଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମୁର୍ମୁଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ୧୫ ଦିନ ମଧ୍ୟରେ ପ୍ରତ୍ୟାହାର ନହେଲେ ସଂଘ ପକ୍ଷରୁ ବାଲିଆପାଳ ଥାନା ଏବଂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦିଆଯାଇଛି। ବାଲେଶ୍ୱର ରୁ ଜିଲ୍ଲା ପ୍ରତିନିଧୀ ଜୟନ୍ତ କୁମାର ବେହେରାଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User