" ଭାଇ ଚାରା ର୍ ମହା ମିଲନ୍ " ନୂଆଖାଇ ଭେଟ ଘାଟ - ୨୦୨୬ ଆୟୋଜିତ
କେସିଙ୍ଗା, ୨୬/୦୯/୨୬ : ପୁନର୍ଜୀବିତ ହେଲା ପରମ୍ପରା ,ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ କେସିଙ୍ଗା ସହର ରେ ଆୟୋଜିତ ହେଲା " ଭାଇ ଚାରା ର୍ ମହା ମିଲନ୍ " ନୂଆଖାଇ ଭେଟ ଘାଟ - ୨୦୨୬ । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ୍ ଗଣ ପର୍ବ ନୂଆଖାଇ ପାଳନ ପରେ ପରେ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ଜାଗାରେ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଥାଏ । କେସିଙ୍ଗା ସହର ରେ ଦୀର୍ଘ ୩୦ ବର୍ଷ ପୂର୍ବେ କେସିଙ୍ଗା ର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ବି ଏସ୍ ଏ ଓ ମାରୱାଡି ଯୁବାମଞ୍ଚ ର ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ନୂଆଖାଇ ଭେଟ ଘାଟ ଏହାପରେ ଏହି ବର୍ଷ ସେହି ବି ଏସ ଏ ଓ ସହର ର ପରିଚିତ ବେସରକାରୀ ଶିକ୍ଷାନୁଷ୍ଠାନ ୟୁଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ର ମିଳିତ ତତ୍ତ୍ୱାବଧାନ ରେ ବିଦ୍ୟାଳୟ ପରିସର ମଧ୍ୟରେ ଏହି ନୂଆଖାଇ ଭେଟ ଘାଟ " ଭାଇ ଚାରା ର ମହା ମିଳନ " ଆୟୋଜିତ ହୋଇଥିଲା । ବି ଏସ ଏ ର ସଭାପତି ସୁଶାନ୍ତ ମହାପାତ୍ର ଓ ବିଦ୍ୟାଳୟ ର ପ୍ରିନସପାଲ ଦୀପ୍ତିରାଣୀ ସିଂ ଙ୍କ ନେତୃତ୍ଵରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ, କେସିଙ୍ଗା ନଗରପାଲ ନୃପରାଜ୍ ଯାଦବ, ଚେତାବନୀ ସାହିତ୍ୟ ସଂସଦ ର ସଭାପତି ଯାଜ୍ଞସେନୀ ଶାହା , ବିଦ୍ୟାଳୟର ଚେୟାରମେନ ରାମ କୁମାର ଜୈନ, ବି ଏସ ଏ ର ସମ୍ପାଦକ ଅକ୍ଷୟ ଦାସ, ଆଇନା ପତ୍ରିକାର ସମ୍ପାଦକ କ୍ଷେତ୍ର ବାସୀ ସାହୁ ଙ୍କ ସମେତ ଅଞ୍ଚଳର ବୁଦ୍ଧିଜିବୀ, ସଚେତନ ନାଗରିକ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ଅତିଥି ମାନଙ୍କ ଦ୍ୱାରା ସଂକ୍ଷିପ୍ତ ଭାବେ ନୂଆଖାଇ ଭେଟ ଘାଟ ଉପରେ ମତ ପରିବେଷଣ ପରେ ବିଭିନ୍ନ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ସହରବାସୀ ଙ୍କୁ ଏହି କାର୍ଯ୍ୟକ୍ରମ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ଥିଲା ।ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)