ସାମାଜିକ ମୂଲ୍ୟବୋଧ ଜାତୀୟ ସେବା ଯୋଜନାର ମୂଳଲକ୍ଷ୍ୟ

Sep 29, 2026 - 06:14
0 32
ସାମାଜିକ ମୂଲ୍ୟବୋଧ ଜାତୀୟ ସେବା ଯୋଜନାର ମୂଳଲକ୍ଷ୍ୟ

ବାଲେଶ୍ୱର , ୨୯/୦୯/୨୬ :- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ "ଜାତୀୟ ସେବା ଯୋଜନା ଓ ସାମାଜିକ ମୂଲ୍ୟବୋଧ" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର କାବେରୀ ସାହୁ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ଶମ୍ଭୁନାଥ ଗିରି, ବାଲେଶ୍ଵର ଜିଲ୍ଲା ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଅଧ୍ୟାପିକା ମମତା ପାତ୍ର, ମୋ ଯୁବ ଭାରତ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରାପ୍ତ ସେଚ୍ଛାସେବୀ ଦେବେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ରିଙ୍କି ମାଇତି, ବୀଣାପାଣି ଗିରି ଓ ସୋହମ୍ ସାହୁଙ୍କୁ ଅତିଥିମାନେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ଅଶୋକ ମଢୁଆଳ, ବିକାଶ କୁମାର ମହାପାତ୍ର, ଯଜ୍ଞେଶ୍ଵର ଗିରି, ଚିଣ୍ଟୁ ମୁଖୀ, ଜୟଶ୍ରୀ ସାହୁ, ଶାନ୍ତନୁ ବେହେରା, ରୁଦ୍ରନାରାୟଣ ସାହୁ ଓ ରଜତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରଞ୍ଜିତ୍ କୁମାର ତପସ୍ୱୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ୍ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User