ଭୋଗରାଇ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ " ସୁରଭି " ଅନୁଷ୍ଠିତ

Oct 15, 2026 - 10:38
0 42
ଭୋଗରାଇ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ " ସୁରଭି " ଅନୁଷ୍ଠିତ

ଭୋଗରାଇ,୧୫/୧୦ ସତ୍ୟରସ୍ୱର : ଭୋଗରାଇ ବ୍ଲକ ଭୋଗରାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଗରାଇ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଯଜ୍ଞେଶ୍ଵର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗୌତମବୁଦ୍ଧ ଦାସ,ମୁଖ୍ୟବକ୍ତା ବ୍ଳକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଦସ୍ୟା ଦମୟନ୍ତୀ ସାହୁ,ଏବିଇଓ ଜ୍ୟୋସ୍ନାରାଣୀ ପଣ୍ଡା, ସୁନାଧରବସାଣ ସରପଞ୍ଚ ଦିଲ୍ଲୀପ ଦତ୍ତ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କଳ୍ପନା ଭଞ୍ଜ,ସିଆରସିସି ସ୍ବାଗତ କୁମାର ସୁର,ଜାକିର ହୁସେନ ସାହା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ସିଆରସିସି ଶରତ ପରିଡ଼ା ମଞ୍ଚ ଆହ୍ବାନ, ଅଧ୍ୟାପକ ରାଜୀବ ଲୋଚନ ପରିଡ଼ା ଅତିଥି ପରିଚୟ,ଶିକ୍ଷକ ସୀତାରାମ ମହାପାତ୍ର ବେଦପାଠ ପଡ଼ିଥିବା ବେଳେ ସିଆରସିସି ଜଗବନ୍ଧୁ ଖଟୁଆ ଧନ୍ୟବାଦ ପ୍ରଦାନ କରିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସତୀଶ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଅବସରପ୍ରାପ୍ତ ବିଇଓ ନିହାର ରଞ୍ଜନ ଦାସ, ସମ୍ମାନିତ ଅତିଥି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଅବିନାଶ ସାହୁ,ଏବିଇଓ ଜ୍ୟୋସ୍ନାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଶିକ୍ଷକ ଉତ୍ତମ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।ଭୋଗରାଇ ବ୍ଳକର ୨୫ ଟି କ୍ଲଷ୍ଟର ଅଧିନରେ ୭୫୦ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସେଥିରୁ ୨୮ ଜଣ କୃତୀ ଛାତ୍ରଛାତ୍ରୀ ସମେତ ଦଳଗତ ପ୍ରତିଯୋଗିତା ପାଇଁ ୧ ଟି ବିଦ୍ୟାଳୟକୁ ଚୟନ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ କରାଯାଇଥିଲା। ସମସ୍ତ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ସିଆରସିସି ଜଜତିରମୟୀ ସାହୁ,ହୃଦୟରଞ୍ଜନ ଗଙ୍ଗାଇ, ସୁଧାଂଶୁ ଶେଖର ପାତ୍ର,ବ୍ରଜକୋଶ ମହାନ୍ତି,ବିଜୟ ପଟ୍ଟନାୟକ, ସୁଦର୍ଶନ ଦାସ,ବଂଶୀଧର ମାଝୀ, ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜ, ସୁବ୍ରତ କୁମାର ଦାସ,ସରୋଜ ଦାସ, ଅଧ୍ୟାପିକା ସାଧନା ନାୟକ, ଜ୍ୟୋସ୍ନାରାଣୀ ନାୟକ,ବଳରାମ ବିଶି ସହିତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User