ମହାବିଦ୍ୟାଳୟ କୁ ଅନିର୍ଦ୍ଧିଷ୍ଟ କାଳ ବନ୍ଦ ଘୋଷଣା ପରେ ,ଗେଟ୍ ବାହାରେ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ
ବାଲେଶ୍ୱର ,୧୪/୧୦ :- ( ଜୟନ୍ତ ବେହେରା ) ବାଲେଶ୍ୱର ଜିଲ୍ଲା ରୁପ୍ସା ସ୍ଥିତ ନୀଳମଣି ମହାବିଦ୍ୟାଳୟ କୁ ଅନିର୍ଦ୍ଧିଷ୍ଟ କାଳ ବନ୍ଦ ଘୋଷଣା କଲେ ଅଧକ୍ଷ. କଲେଜ ସମ୍ମୁଖରେ ଧାରଣା ଜାରି.ସୂଚନା ଅନୁସାରେ ସାରା ଓଡିଶା ର ସମସ୍ତ କଲେଜ ରେ ଆସନ୍ତାକାଲି why I Stand for କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ, ଦିନ ତିନିଟା ସମୟରେ ହଠାତ କଲେଜ କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲେ ଅଧ୍ୟକ୍ଷ, ଯାହାକୁ ନେଇ ଅଶାନ୍ତି ବଢ଼ିବା ରେ ଲାଗିଛି. ଘଟଣା ସ୍ଥଳ ରେ ବସ୍ତା ଏସଡିପିଓ, ଆଇଆଇସି ସହ ପୋଲିସ ଫୋର୍ସ ଜଗି ରହିଥିବା ବେଳେ, କଲେଜ ସମ୍ମୁଖରେ ବିଶିଜେଡି ଓ ଏନଏସୟୁ ଆଇ ର ଛାତ୍ର ଛାତ୍ରୀ ମନେ ଧାରଣା ଦେଇଛନ୍ତି. ଏବଂ ABVP କୁ ସହଯୋଗ କରୁଥିବା ଅଧ୍ୟକ୍ଷ ଙ୍କ ଇସ୍ଥାଫା ସହିତ କଲେଜ ବନ୍ଦ କରିବାର କାରଣ ଜଣାଇବାକୁ ଦାବି କରିଛନ୍ତି.ତେବେ ଗତ କିଛି ଦିନ ଧରି ଏବିଭିପି ର ଛାତ୍ର ଛାତ୍ରୀ ମାନଙ୍କୁ ନିର୍ବାଚନ ରେ ବିଜୟୀ କାରିବାକୁ ଅଧକ୍ଷ ତପନ ବେହେରା ଜୋରଦାର ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି. ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କ ର ଉପସ୍ଥାନ କୁ ନେଇ ସମଷ୍ୟା ସୃଷ୍ଟି ଏବଂ ପରେ କଲେଜ କେମ୍ପସ ରେ ଥିବା ହଷ୍ଟେଲ କୁ ବନ୍ଦ କାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ, ହେଲେ ଆଜି ଦ୍ୱପହର ସମୟରେ ହଠାତ କୌଣସି କାରଣ ନ ଥାଇ ଏବିଭିପି ପିଲାମାନେ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିଥିଲେ. ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା. ପ୍ରକାଶ ଥାଉକି ଗତକାଲି ସଦର ବିଡ଼ିଓ କଲେଜ ର ସମସ୍ତ ଦଳ ର ପ୍ରତିନିଧି ମାନଙ୍କୁ ଡାକି ଶାନ୍ତି ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ, ଛାତ୍ର ଛାତ୍ରୀ ମନେ ମଧ୍ୟ ନିଜ ନିଜ ମଧ୍ୟରେ ବନ୍ଧୁତ୍ୱ ବାତାବରଣ ରଖି ନିର୍ବାଚନ ପରିଚାଳନା କରିବା ର ପ୍ରତିଶୃତି ଦେଇଥିବା ବେଳେ ଆଜି ହଠାତ ଅନିର୍ଦ୍ଧିଷ୍ଟ କାଳ ବନ୍ଦ କୁ ନେଇ ଉତେଜନା ଦେଖାଦେଇଛି.ଛାତ୍ରଛାତ୍ରୀ ଙ୍କ ଧାରଣା କୁ ଦେଖି ବିଜୁ ଜନତା ଦଳ ର ନେତୃତ୍ୱ ତଥା ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ, ବରିଷ୍ଠ ନେତା ବରଦା ପ୍ରସନ୍ନ ପଟନାୟକ ପହଂଚି ଧାରଣା ରତ ଛାତ୍ର ଛାତ୍ରୀ ଙ୍କ ସହ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)