ଜାତୀୟ ପ୍ରେସ ଦିବସ ପାଳନ ନିମନ୍ତେ କେସିଙ୍ଗା ସାମ୍ୱାଦିକ ମହାସଂଘ ର ପ୍ରସ୍ତୁତି ବୈଠକ
କେସିଙ୍ଗା,୫/୧୦ :- ଆସନ୍ତା ନଭେମ୍ବର ୧୬ ତାରିଖରେ ହେବାକୁ ଥିବା ଜାତୀୟ ପ୍ରେସ ଦିବସ ପାଳନ ନେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ର ସଭାପତି ଦୟାନିଧି ସୁନାନି ଙ୍କ ସଭାପତିତ୍ବ ରେ ସ୍ଥାନୀୟ ହୋଟେଲ୍ ବୃନ୍ଦାବନ ଇନ ର ସଭା ଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ନଭେମ୍ବର ମାସ ୧୬ ତାରିଖ ରେ ଜାତୀୟ ପ୍ରେସ ଦିବସ କୁ କିଭଳି ମହାସମାରୋହ ରେ ପାଳନ କରାଯିବ ସେ ନେଇ ସଭାପତି ସଂଘ ର ଉପସ୍ଥିତ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ସଦସ୍ୟ ଙ୍କ ସହ ଆଲୋଚନା ପରେ ସଦସ୍ୟ ମାନଙ୍କୁ ଭିନ୍ନ ଭିନ୍ନ କମିଟି ଗଠନ କରି ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ୱାଦିକ ମହାସଂଘ ର ସମ୍ପାଦକ ପ୍ରୀତେସ ପଟେଲ,କୋଷାଧକ୍ଷ ମଧୁସୂଦନ ଠାକୁର , ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର , ମହମ୍ମଦ ଆଗାଜାନ , ସାଂଗଠାନିକ ସମ୍ପାଦକ ବିବେକ ଦାସ, ମନୋଜ ସିଂ, ଶିବ ପ୍ରସାଦ ସାହୁ, ସଂଗ୍ରାମ କେଶରୀ ଦେଓ, ସତ୍ୟ ମହାନନ୍ଦ, ତେଜ ରାଜ ସାହୁ, ପ୍ରସନ୍ନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)