କଲେଜ ଭିତରେ ବାହାରେ ଜୋର୍ ଦାର୍ ପ୍ରଚାର , ଆଇନ ଶୃଙ୍ଖଳା ଉପରେ ପୋଲିସ ର ନଜର
ବସ୍ତା ୧୪/୧୦ :- ( ଜୟନ୍ତ ବେହେରା ) :- ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନାଟାକଟା ପଞ୍ଚାୟତ ସ୍ଥିତ ଅମର୍ଦାରୋଡ ସିଦ୍ଧେଶ୍ବର ଡିଗ୍ରୀ କଲେଜ ଏବଂ ଜାମୁଶୁଳୀ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଚଳିତ ବର୍ଷ ଛାତ୍ର ନିର୍ବାଚନକୁ ନେଇ କ୍ୟାମ୍ପସ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ବେଶ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।ସିଦ୍ଧେଶ୍ବର ଡିଗ୍ରୀ କଲେଜ ଦୁଇ ପ୍ରମୁଖ ଦଳ ଏବିଭିପି ଓ ବିସିଜେଡି ମଧ୍ୟରେ ପ୍ରତିଦୋନ୍ଦିତା ହେଉଛି।15 ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜୁ ଛାତ୍ର ଜନତା ଓ ଏଭିଭିପି ମଧ୍ୟରେ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ ହୋଇଛି। ଛାତ୍ର ସଂସଦ ନେତାମାନେ ଜୋର ସୋରରେ ସକାଳ ଠାରୁ ପ୍ରାୟ ରାତ୍ରୀ ପ୍ରଯ୍ୟନ୍ତ କଲେଜ ପରିସର ଓ କଲେଜ ବାହାରେ ମେସ, ହଷ୍ଟେଲ ଓ ଛାତ୍ର/ଛାତ୍ରୀଙ୍କ ଘରକୁ ଘର ବୁଲି ପ୍ରଚାର କରୁଥିବାର ଦେଖି ବାକୁ ମିଳୁଛି। କ୍ୟାଂପେନିଙ୍ଗ ପରେ କଲେଜ ଭୋଟରଙ୍କୁ ଆକୃଷ୍ଠ କରିବା ପାଇଁ କିଏ ଆଇସକ୍ରିମ,ଗୁପଚୁପ,ଚକଲେଟ ଦେଇ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଦୁଇ ଦଳର ପୂର୍ବତନ ଛାତ୍ର ନେତା ଓ ଦଳୟ ନେତା କଲେଜ ବାହାରେ ରହି ନିଜର ଦଳୟ ସମର୍ଥିତପ୍ରାର୍ଥି ମାନଙ୍କ ସହ ରାଜନୈତିକ ଗୋଟି ଚାଲଣ କରୁଥିବାର ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କିପରି ନ ହେବ ସେଥିପାଇଁ ବସ୍ତା ଆଇ ଆଇ ସି ରଞ୍ଜିତ କୁମାର ସାହୁ ଏବଂ ସିଂଲା ଥାନା ଭାର ପ୍ରାପ୍ତ ଅଧିକାରୀ ସଚ଼ିନ୍ଦ୍ର ମହାଳିକ ପୋଲିସ ମୁତୟନ କରିବା ସହିତ ଅମର୍ଦାରୋଡ ଫାଣ୍ଡି ଏସ ଆଇ ବିଜୟ କୁମାର ବାରିକ ଓ ସଦଳବଳେ ପେଟ୍ରୋଲିଙ୍ଗ ଜୋରଦାର କରିଥିବା ଦେଖିବାକୁ ମିଳିଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)