ସ୍ୱଚ୍ଛତା ହିଁ ସେବା ଅଭିଯାନ - ଡାକ୍ତରଖାନା ପରିସର ସଫା କଲେ ମେଡିକାଲ କର୍ମଚାରୀ
କେସିଙ୍ଗା ,୦୧/୧୦/୨୬ : - କେନ୍ଦ୍ର ସରକାରଙ୍କ ଦ୍ୱାରା ୧୫ ସେପ୍ଟେମ୍ବର ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଥିବା " ସ୍ୱଚ୍ଛତା ହିଁ ସେବା ୨୦୨୬ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ସାମୂହିକ ପ୍ରୟାସରେ ଡାକ୍ତର, ନର୍ସ, ସୁରକ୍ଷା କର୍ମୀ ଏବଂ ସମସ୍ତ ପାରାମେଡିକାଲ୍ ଓ ଲ୍ୟାବ୍ କର୍ମଚାରୀମାନେ ଏକାଠି ହୋଇ ଡାକ୍ତରଖାନା ପରିସରକୁ ଝାଡୁ ମାରି ସଫା କରିଥିଲେ । ଏହି ସଫେଇ ଅଭଯାନ ରେ ମେଡିକାଲ ଅଫିସର୍ ଡାକ୍ତର ରବିନ୍ଦ୍ରନାଥ ଖଟୁଆ ଅଂଶଗ୍ରହଣ କରି କର୍ମଚାରୀ ମାନଂକୁ ଉତ୍ସାହିତ କରିଥିଲେ । ଡାକ୍ତରଖାନା ପରିବେଶକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଦ୍ୱାରା ରୋଗୀମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ। ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ଏହି ଶ୍ରମଦାନ କେବଳ ଡାକ୍ତରଖାନା ପରିସରକୁ ସ୍ୱଚ୍ଛ କରିନାହିଁ, ବରଂ ସ୍ଥାନୀୟ ଜନସାଧାରଣ ମାନେ ନିଜ ପରିବେଶକୁ ପରିଷ୍କାର ରଖିବା ପାଇଁ ଏକ ପ୍ରେରଣା ଦାୟକ ବାର୍ତ୍ତା ପ୍ରଦାନ କରିଛି ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)