ଏ ବି ଭି ପି ପ୍ରାର୍ଥୀ ଙ୍କ ପାଇଁ ଅଡୁଆ ବଢ଼ାଇବେ କି ଅନୁଭବ , ପ୍ରାର୍ଥୀ ପତ୍ର ରଦ୍ଧ ପରେ ଏନ୍ ଏସ ୟୁ ଆଇ ପ୍ରାର୍ଥୀନୀ କୁ କରିବେ କି ସମର୍ଥନ ।
କେସିଙ୍ଗା ,୧୦/୧୦/୨୬ :- ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ ।ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ରଣ କ୍ଷେତ୍ର ପାଲଟିଛି କଲେଜ ପରିସର। ଆସନ୍ତା ୧୫ ରେ ନିର୍ବାଚନ ହେବାକୁ ଥିବା ବେଳେ ୯ ତାରିଖ ରେ ପ୍ରାର୍ଥୀ ମାନେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ତିନୋଟି ପ୍ରମୁଖ ଦଳର ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିଥିଲେ । ସଭାପତି ପଦ ପାଇଁ ଏବିଭିପି ର ଅଙ୍କିତ ପାଠକ ,ବିଜେଡି ର ଅନୁଭବ ପଟ୍ଟନାୟକ ,ଏନ୍ ଏସ ୟୁ ଆଇ ର ବନିତା ମାଝୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ର ସଭାପତି ପ୍ରାର୍ଥୀ ଅନୁଭବ ପଟ୍ଟନାଏକ ଙ୍କ ନାମାଙ୍କନ ରଦ୍ଦ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଅନୁଭବ ଏବି ଭିପି ର ସଭାପତି ପ୍ରାର୍ଥୀ ଅଙ୍କିତ କୁମାର ପାଠକ ଙ୍କୁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଅଙ୍କିତ କୁମାର ପାଠକ। ଅନୁଭବ ଫୋନ ଯୋଗେ ଅଙ୍କିତ କୁ ଧମକ ଦେଇଥିବା ର ଅଡିଓ ବାର୍ତ୍ତା କୁ ଅଙ୍କିତ ପୋଲିସ ନିକଟରେ ଦାଖଲ କରିବା ଫଳରେ ପୋଲିସ ମାମଲା ର ଗୁରୁତ୍ୱ କୁ ବୁଝି ଅନୁଭବ ନା ରେ ମାମଲା ଦାୟର କରିଥିବା ଜଣାପଡ଼ିଛି ।ଏହି ଭିପୀ ପ୍ରାର୍ଥୀ ଙ୍କ ସମେତ ବିଜେପି କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଅନୁଭବ ଧମକ ଦେଇଥିବା ଅଭିଯୋଗ କୁ ନେଇ ସ୍ଥାନୀୟ ବିଜେପି କର୍ମକର୍ତ୍ତା ମାନେ ଦିନ ତମାମ କଲେଜ ପରିସର ବାହାରେ ଡେରା ପକାଇବା ସହ କଲେଜ ଅଧ୍ୟକ୍ଷ ,କେସିଙ୍ଗା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଓ ସ୍ଥାନୀୟ ତହସିଲ ଦାର ପ୍ରଶାନ୍ତି ପ୍ରଧାନ ଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।ବିଜେପି କର୍ମକର୍ତ୍ତା ଙ୍କ କହିବାନୁଯାୟୀ ବିଜେପି କୌଣସି ପ୍ରାର୍ଥୀ ଦେଇ ନାହିଁ ଏବିଭିପି ପ୍ରାର୍ଥୀ ଦେଇଛି ହେଲେ ବି ସି ଜେ ଡି ପ୍ରାର୍ଥୀ ଅନୁଭବ କାହଁକି ବିଜେପି କୁ ଗାଳି କରିବେ। ଅନ୍ୟ ପକ୍ଷରେ ପୋଲିସ ବିଜେପି ର ହାତ ବାରିସି ସାଜି କାମ କରୁଛି ବୋଲି ମତ ପ୍ରକାଶ କରିଛନ୍ତି ବିଜେଡି ଛାତ୍ର ନେତା ଅଭିନାଶ ଠାକୁର। ତେବେ ତିନି ଜଣ ପ୍ରାର୍ଥୀ ଙ୍କ ମଧ୍ୟରୁ ଜଣେ କଟିବା ପରେ ଦ୍ଵିମୁଖୀ ଲଢ଼େଇ ହେବା ନେଇ ସ୍ପଷ୍ଟ ହୋଇଯାଇଛି ।ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏବିଭିପି ପାଇଁ ଅଡୁଆ ବଢିପାରେ ବୋଲି ରାଜନୀତିଜ୍ଞ ମାନେ ମତ ପୋଷଣ କରିଛନ୍ତି କାରଣ ବି ସି ଜେ ଡି ର ଅନୁଭବ ଯଦି ନିଜ ଦଳ ବଳ ସହ ଏନ୍ ଏସ ୟୁ ଆଇ ପ୍ରାର୍ଥୀନୀ କୁ ସମର୍ଥନ କରନ୍ତି ତେବେ ଏବିଭିପି ର ବିଜୟ ରାସ୍ତାରେ କଣ୍ଟା ସାହି ପାରନ୍ତି ।ତେବେ ଆଗକୁ କଣ ରହିବ ବିଜେଡି ର ରଣନୀତି ତାହା ଦେଖିବାକୁ ବାକି ଥିବା ବେଳେ , ଏନ୍ ଏସ ୟୁ ଆଇ ର ପ୍ରାର୍ଥୀନୀ ଙ୍କ ଉପରେ ମଧ୍ୟ ସମସ୍ତ ଙ୍କ ନଜର ରହିଛି , ଯଦି ଅନୁଭବ ସମର୍ଥନ କଲେ ତେବେ ଏକ ହୋଇ ଏ ବି ଭି ପି ବିରୋଧ ରେ ଲଢ଼ିବେ ନା ଏକାକୀ ଲଢ଼ିବେ ତାହା ଦେଖିବାକୁ ବାକି ରହିଲା ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)