ହାତୀ ଆକ୍ରମଣରେ ଜଣେ ମୃତ ,ବିଳମ୍ବିତ ରାତି ରେ ବ୍ୟବଚ୍ଛେଦ ପାଇଁ ଅଣାଗଲା ମୃତ ଦେହ
କେସିଙ୍ଗା , ୨୫/୦୯/୨୬ : ହାତୀ ଆକ୍ରମଣରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନଖଣ୍ଡ ଅଞ୍ଚଳ ଅନ୍ତର୍ଗତ ସିରୋଲ୍ ଗ୍ରାମପଞ୍ଚାୟତ ର ପୋଢ଼ଖମ୍ ଗାଁ ର ଅକୁର ହେରନା ନାମକ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି । ଅକୁର ଙ୍କ ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ ସେ ତାଙ୍କ ବିଲ କୁ ଯାଇଥିବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ ଓ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ ର ଅଧିକାରୀ ଙ୍କ ପହଞ୍ଚିବା ବିଳମ୍ବ ହେବାରୁ ଅକୁର ଙ୍କ ମୃତ ଦେହ କୁ ଆଣିବା ପାଇଁ ଯାଇଥିବା ଆମ୍ବୁଲାନ୍ସ କୁ ଗ୍ରାମବାସୀ ଫେରାଇ ଦେଇଥିବା ଜଣାପଡ଼ିଛି । ମୃତ ଅକୁର ଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ପରିବାରରେ ସେ ଜଣେ ମାତ୍ର ରୋଜଗାରିଆ ଥିଲେ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ରାତି ପ୍ରାୟ ୧ ଟା ସମୟରେ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିବା ଜଣାପଡ଼ିଛି । ସରକାରୀ ନିୟମ ଅନୁଯାୟୀ ଯାହା କ୍ଷତି ପୂରଣ ବ୍ୟବସ୍ଥା ରହିଛି ପ୍ରାୟ ୧୦ ଲକ୍ଷ ଟଙ୍କା ମୃତକ ଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)